ଜାତୀୟ

କୁକୁର ଭ୍ରମଣ ପଡିଲା ମହଙ୍ଗା; ବଦଳି ହେଲେ ଦୁଇ ଆଇଏଏସ୍ ଦମ୍ପତି

ନୂଆଦିଲ୍ଲୀ: ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ସାଧାରଣ ଲୋକେ ସର୍ବୋଚ୍ଚ । ଗଣତନ୍ତ୍ରର ଚାରିଟି ସ୍ତମ୍ଭ ମଧ୍ୟରେ ସମନ୍ବୋୟ ରକ୍ଷା, ବ୍ୟବହାର ଆଦିକୁ ନେଇ  ପ୍ରାୟତଃ ତାଲିମ୍ ଠାରୁ ଆରମ୍ଭ କରି କର୍ମାଶାଳା ଶିବିରମାନ ଆୟୋଜନ କରାଯାଇଥାଏ । ହେଲେ କିଛି ଅଫିସରଙ୍କ ଉପରେ ଏହାର ପ୍ରଭାବ ପଡି ନଥାଏ ଏବଂ ଆଇଏଏସ୍  ଆତ୍ମବଡିମା ଖୋଳପାରୁ ବାହାରି ପାରି ନ ଥାଆନ୍ତି ।  ଏଭଳି ଏକ ନଜିର ଦେଖିବାକୁ ମିଳିଛି ଦିଲ୍ଲୀରେ କାର୍ଯ୍ୟରତ ଏକ ଆଇଏଏସ୍ ଦମ୍ପତିଙ୍କ କ୍ଷେତ୍ରରେ । କୁକୁରକୁ ବୁଲାଇବାକୁ ନେଇ ବଦଳି ହୋଇଛନ୍ତି IAS ଦମ୍ପତି । ଶୁଣି କି ଆଶ୍ଚର୍ଯ୍ୟ ଲାଗୁଥିବ ନା । ଦିଲ୍ଲୀର ତ୍ୟାଗରାଜ ଷ୍ଟାଡ଼ିୟମରେ ଦୁଇ IAS ସ୍ବାମୀ-ସ୍ତ୍ରୀ ନିଜ କୁକୁରକୁ ବୁଲାଇବା ଏବେ ତାଙ୍କୁ ମହଙ୍ଗା ପଡିଛି ।

ଏମାନେ ହେଉଛନ୍ତି ଦିଲ୍ଲୀର ପ୍ରିନ୍ସପାଲ ସେକ୍ରେଟାରୀ ସଞ୍ଜୀବ ଖିରଓ୍ୱର ଓ ତାଙ୍କ IAS ଅଫିସର ପତ୍ନୀ ରିଙ୍କୁ ଦୁଗ୍ଗା । ଆଥ୍‌ଲେଥ୍‌ ଓ କୋଚ୍‌ଙ୍କ ଅଭିଯୋଗ ହୋଇଥିଲା ଯେ, ସଞ୍ଜୀବ ତାଙ୍କ କୁକୁର ବୁଲାଇବେ ବୋଲି ସନ୍ଧ୍ୟା ହେଉ ହେଉ ତ୍ୟାଗରାଜ ଷ୍ଟାଡ଼ିୟମକୁ ଖାଲି କରାଯାଉଛି । ପୂର୍ବରୁ ସେମାନେ ସନ୍ଧ୍ୟା ସାଢ଼େ ୮ଟା ଯାଏ ଏଠାରେ ଅଭ୍ୟାସ କରୁଥିଲେ। କିନ୍ତୁ କିଛି ମାସ ହେଲା ସନ୍ଧ୍ୟା ୭ଟା ସୁଦ୍ଧା ଷ୍ଟାଡିୟମ ଖାଲି କରିବାକୁ ସେମାନଙ୍କୁ କୁହାଯାଉଛି । ଏହି ମାମଲାରେ ଗୁରୁବାର ମୁଖ୍ୟ ସଚିବ ଗୃହ ମନ୍ତ୍ରାଳୟକୁ ରିପୋର୍ଟ ପ୍ରଦାନ କରିଥିଲେ । ଏନେଇ ସଞ୍ଜୀବଙ୍କୁ ଦିଲ୍ଲୀରୁ ଲଦାଖକୁ ଏବଂ ରିଙ୍କୁ ଦୁଗ୍ଗାଙ୍କୁ ଦିଲ୍ଲୀରୁ ଅରୁଣାଚଳ ପ୍ରଦେଶକୁ ବଦଳି କରାଯାଇଛି । ଏହି ବିବାଦ ପରେ ସରକାର ଘୋଷଣା କରିଥିଲେ ଯେ, ତ୍ୟାଗରାଜ ଷ୍ଟାଡିମୟ ରାତି ୧୦ଟା ଯାଏ କ୍ରୀଡ଼ାବିତ୍‌ଙ୍କ ପାଇଁ ଖୋଲା ରହିବ ।

Related Articles

Back to top button
WP Twitter Auto Publish Powered By : XYZScripts.com