ଜାତୀୟଭାଇରାଲ୍ ଭିଡିଓ

ମୁସଲିମ୍ ବିବାହ କାର୍ଡରେ ହିନ୍ଦୁ ଦେବତା; ସୋସିଆଲ ମିଡିଆରେ ହେଉଛି ପସନ୍ଦ

ମଧ୍ୟପ୍ରଦେଶ: ଧାର୍ମିକ କଠୋରତା ଏବଂ ରୁଢିବାଦୀ ଚିନ୍ତା ଧାରାକୁ ନେଇ ରାଜନୀତି ଜୋର ଧରୁ ଥାଇପାରେ । କିନ୍ତୁ କିଛି ବ୍ୟକ୍ତି ଏହା ଉର୍ଦ୍ଧରେ ଧାର୍ମିକ ଭାଇଚାର ସୃଷ୍ଟି ନେଇ ଉଦ୍ୟମ ଚାଲୁ ରଖିଛନ୍ତି । ନିକଟରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି | ଯେଉଁଥିରେ ଦୁଇ ମୁସଲିମ ଭାଇ ନିଜ ନିଜ ବାହାଘର କାର୍ଡରେ ଭଗବାନ ଗଣେଷ ଓ ରାଧା-କୃଷ୍ଣଙ୍କ ଫଟୋ ଲଗାଇଛନ୍ତି । ମଧ୍ୟପ୍ରଦେଶ ବିଦିଶା ଜିଲ୍ଲାର ଆନ୍ଦନପୁରରେ ଅନୁଷ୍ଠିତ ଏକ ବିବାହରେ ଏହା ଦେଖିବାକୁ ମିଳିଛି । କାର୍ଡରେ କେବଳ ଭଗବାନ ଗଶେଷ ଓ ରାଧା-କୃଷ୍ଣ ଙ୍କ ଫଟୋ ନୁହେଁ ନିମନ୍ତ୍ରଣ ପତ୍ର ଉର୍ଦ୍ଧୁ ବଦଳରେ ହିନ୍ଦୀ ଭାଷାରେ ଛପା ଯାଇଛି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଦୁଇ ମୁସଲିମ୍ ଭାଇଙ୍କ ଏଭଳି ବିବାହଘର କାର୍ଡ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଅନେକ ଏହାକୁ ପସନ୍ଦ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com