ଜାତୀୟ
ଇ-ସ୍କୁଟର ଅଗ୍ନିକାଣ୍ଡର କାରଣ ନେଇ ସରକାର ତତ୍ପର; ଗଠନ ହେଲା ବିଶେଷଜ୍ଞ କମିଟି

ବ୍ୟୁରୋ: ଇ- ସ୍କୁଟରରେ ବାରମ୍ବାର ଘଟୁଥିବା ଅଗ୍ନିକାଣ୍ଡର ତଦନ୍ତ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି । କମିଟି ଘଟଣାର ତଦନ୍ତ କରି ତିନି ଦିନ ମଧ୍ୟରେ ରିପୋର୍ଟ ଦେବେ । ଏହି ରିପୋର୍ଟ ଆଧାରରେ ସଡକ ପରିବହନ ମନ୍ତ୍ରଣାଳୟ ପ୍ରଚଳିତ ବ୍ୟବସ୍ଥାରେ କଠୋର ନିୟମ ପ୍ରଣୟନ କରିବାକୁ ଯାଉଛି । ଗତ କିଛି ମାସ ହେଲା ବିଦ୍ୟୁତିକ ଦୁଇ ଚକିଆ ଯାନରେ ଅଗ୍ନିକାଣ୍ଡର ଅନେକ ଘଟଣା ସାମ୍ନାକୁ ଆସିଛି ।





