ଜମ୍ମୁ-କଶ୍ମୀର: କଠୁଆ ଜିଲ୍ଲାର ହିରାନଗର ସେକ୍ଟରରେ ଥିବା ଅନ୍ତର୍ଜାତୀୟ ସୀମା ନିକଟରେ ପାକିସ୍ତାନର ଏକ ଡ୍ରୋନକୁ ତଳକୁ ଖସାଇଛି ଭାରତୀୟ ସେନା । ଡ୍ରୋନରେ ୭ଟି ୟୁଜିବିଏଲ ଗ୍ରେନେଡ ଓ ୭ଟି ବୋମା ରହିଛି । ଆଗକୁ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ଆତଙ୍କବାଦୀମାନେ ଆକ୍ରମଣର ଏଭଳି ଯୋଜନା କରୁଛନ୍ତି। ପୂର୍ବରୁ ଗୁଇନ୍ଦା ବିଭାଗ ଭାରତୀୟ ସେନା ଓ ପୁଲିସକୁ ଏନେଇ ସୂଚାଇଥିବା ବେଳେ ଏବେ ସୀମାରେ ଏବଂ ଅମରନାଥ ଯାତ୍ରାର ପ୍ରସ୍ତୁତି ଉପରେ କଡ଼ା ନଜର ରଖାଯାଉଛି। ଅଞ୍ଚଳରେ ଡ୍ରୋନ ଚଳାଚଳ ଅଧିକ ହେବାରୁ ସର୍ଚ୍ଚ ଅପରେସନକୁ କଡ଼ାକଡ଼ି କରାଯାଇଛି। ପ୍ରତିଦିନ ପୁଲିସ ସେହି ଅଞ୍ଚଳକୁ ଯାଞ୍ଚ ପାଇଁ ଯାଉଥିବା ବେଳେ ଆଜି ଏକ ଡ୍ରୋନକୁ ଠାବ କରି ତଳକୁ ଖସାଇଥିବା କହିଛନ୍ତି କଠୁଆର ଏସଏସପି ।
Back to top button