ଓଡ଼ିଶା

ରାଉଲକେଲା ଇସ୍ପାତ କାରଖାନାରେ ଅଘଟଣ,ଜଣେ ମୃତ

ରାଉରକେଲା : ରାଉରକେଲା ଇସ୍ପାତ କାରଖାନାରେ ଆଜି ସକାଳୁ ବ୍ଲାଷ୍ଟ ଫର୍ନେସ – ୧ କନଭେୟାର ବେଲ୍ଟରେ ଚାପି ହୋଇ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଘାନସିରା ମୁଣ୍ଡାରୀ । ସାରନଗରୀ ତାରାପୁର ବସ୍ତିରେ ତାଙ୍କ ଘର। ସେ ତାରିଣୀ ଦୋରା ଠିକା ସଂସ୍ଥା ଅଧୀନରେ କାମ କରୁଥିଲେ। ଅନ୍ୟମାନଙ୍କ ସହ କନଭେୟାର ବେଲ୍ଟରେ ବେଲଚା ମାରୁଥିଲେ। ବେଲ୍ଟ ଟାଣି ଦେବାରୁ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ତାଙ୍କ ଶବକୁ ଆଇଜିଏଚ ମର୍ଗ ହାଉସରେ ରଖାଯାଇଛି । ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ସହ ଆରଏସପିରେ ସ୍ଥାୟୀ ଚାକିରି ଦେବାକୁ ଦାବି କରିଛନ୍ତି ଶ୍ରମକ ସଂଗଠନ ।

Related Articles

Back to top button
WP Twitter Auto Publish Powered By : XYZScripts.com