ଓଡ଼ିଶା

ପୂର୍ଣ୍ଣ ଟିକାକରଣରେ ଜାତୀୟ ସ୍ତରରେ ସର୍ବାଗ୍ରେ ଓଡ଼ିଶା, ବାକି ରହିଥିବା ଦୁଇ ବର୍ଷରୁ କମ୍ ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର : ପୂର୍ଣ୍ଣ ଟିକାକରଣରେ ଓଡ଼ିଶା ଜାତୀୟ ସ୍ତରରେ ସର୍ବାଗ୍ରେ ରହିଛି । ରାଜ୍ୟରେ ପୂର୍ଣ୍ଣ ଟିକାକରଣ ହାର ୯୦.୫% ପ୍ରତିଶତ । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷ୍ଟିଅରିଂ କମିଟି ବୈଠକରେ ଏହା ପ୍ରକାଶ କରାଯାଇଛି । ରାଜ୍ୟରେ ସହର ଟିକାକରଣ ମିଶନ ଇନ୍ଦ୍ରଧନୁଶ୍ ୪.୦ର ଆରମ୍ଭ ହୋଇଛି । ତିନିଟି ରାଉଣ୍ଡରେ ଏହି ଟିକାକରଣ ହେବ । ବାକି ରହିଯାଇଥିବା ଦୁଇ ବର୍ଷରୁ କମ୍ ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯିବ । ୧ମ ରାଉଣ୍ଡ- ୭ ମାର୍ଚ୍ଚରୁ ଆରମ୍ଭ ହୋଇଛି । ୨ୟ ପର୍ଯ୍ୟାୟ ୪ ଏପ୍ରିଲ ଏବଂ ୩ୟ ପର୍ଯ୍ୟାୟ ୨ମେରୁ ଆରମ୍ଭ ହେବ । ଏହି ମିଶନରେ ପ୍ରାୟ ୧୨ ପ୍ରକାର ରୋଗର ପ୍ରତିଷେଧକ ଟିକା ଦିଆଯିବ । ବିଭିନ୍ନ ବିଭାଗ ମଧ୍ୟରେ କ୍ଷେତ୍ରସ୍ତରୀୟ ସମନ୍ୱୟ ରଖି ଶତ ପ୍ରତିଶତ ଲକ୍ଷ୍ୟ ହାସଲ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com