ଜାତୀୟ

ରେଳ ଯାତ୍ରା ବେଳେ ନିର୍ଦ୍ଧାରିତଠାରୁ ଅଧିକ ଜିନିଷ ନେଉଛନ୍ତି କି ? ଏମିତି ପରାମର୍ଶ ଦେଲା ରେଳବାଇ

ନୂଆଦିଲ୍ଲୀ: ଟ୍ରେନ୍‌ରେ ଯାତ୍ରା ବେଳେ ଏବେ ଅଧିକ ଜିନିଷ ନେଲେ ଦେବାକୁ ପଡିବ ଅଧିକ ଭଡା । ଯଦି ଅଧିକ ଜିନିଷ ନେଇକି ଯିବାର ଅଛି ତେବେ ପାର୍ସଲ କାର୍ଯ୍ୟାଳୟରେ ଲଗେଜ୍ ବୁକ୍ କରିବାକୁ ଯାତ୍ରୀମାନଙ୍କୁ ପରାମର୍ଶ ଦେଇଛି ରେଳ ବିଭାଗ । ନିର୍ଦ୍ଧାରିତ ଜିନିଷଠାରୁ ଅଧିକ ଜିନିଷ ନେଲେ ନିଆଯାଇପାରେ ଦୃଢ କାର୍ଯ୍ୟାନୁଷ୍ଠାନ ।

ଦୂରସ୍ଥାନକୁ ଯାତ୍ରା କରିବା ପାଇଁ ପ୍ରାୟ ସମସ୍ତଙ୍କ ପ୍ରଥମ ପସନ୍ଦ ରହିଛି ରେଳ । କାରଣ ବିମାନ ଅପେକ୍ଷା ରେଳରେ ଅଧିକ ଜିନିଷ ନେଇ ଯାଇପାରିବେ ଯାତ୍ରୀ । ଯଦିଓ ଟ୍ରେନ୍‌ରେ ଯାତ୍ରା ବେଳେ କେତେ ଜିନିଷ ନେଇପାରିବେ ସେନେଇ ନିର୍ଦ୍ଧାରିତ ରହିଛି । ଏହା ସତ୍ତ୍ବେ ଅଧିକ ଜିନିଷ ନେଇ ରେଳରେ ଯାତ୍ରା କରୁଛନ୍ତି ଯାତ୍ରୀ । ଏଥିଯୋଗୁଁ ଅନ୍ୟ ଯାତ୍ରୀମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ସେଥିପାଇଁ ରେଳବାଇ ପକ୍ଷରୁ ଲଗେଜ୍ ବୁକ୍ କରିବାକୁ ପରାମର୍ଶ ଦିଆଯାଇଛି ।

ଏ ନେଇ ରେଳ ମନ୍ତ୍ରଣାଳୟ ଟ୍ବିଟ୍ କରି ଯାତ୍ରୀଙ୍କୁ ଅଧିକ ଜିନିଷ ସହ ଯାତ୍ରା ନକରିବାକୁ ପରାମର୍ଶ ଦେଇଛି । ମନ୍ତ୍ରଣାଳୟ କହିଛି ଯେ, ଆବଶ୍ୟକତାଠାରୁ ଅଧିକ ଜିନିଷ ନେଇ ଯାତ୍ରା କରନ୍ତୁନାହିଁ । ଅଧିକ ଜିନିଷ ଥିରେ ପାର୍ସଲ କାର୍ଯ୍ୟାଳୟ ଯାଇ ଲଗେଜ୍ ବୁକ୍ କରନ୍ତୁ । ନିୟମ ଅନୁସାରେ ରେଳ ଯାତ୍ରା ସମୟରେ ୪୦ରୁ ୭୦ କିଲୋଗ୍ରାମ ଜିନିଷ ନେଇ ଯାତ୍ରା କରିପାରିବେ ଯାତ୍ରୀ । ଯଦି କୌଣସି ବ୍ୟକ୍ତି ଅଧିକ ଜିନିଷ ନେଇ ଯାତ୍ରା କରନ୍ତି ତେବେ ତାଙ୍କୁ ଅଧିକ ଭଡା ଦେବାକୁ ପଡିବ ।

Related Articles

Back to top button
WP Twitter Auto Publish Powered By : XYZScripts.com