ଓଡ଼ିଶା

କନିଷ୍ଠ ଶିକ୍ଷକ ନିଯୁକ୍ତି, ୩୦ସୁଦ୍ଧା ସତ୍ୟପାଠ ଦାଖଲ ନିର୍ଦ୍ଦେଶ

କନିଷ୍ଠ ଶିକ୍ଷକ ନିଯୁକ୍ତି ଉପରେ ଲାଗିଥିବା ଅନ୍ତରୀଣ ରହିତାଦେଶ ବଳବତ୍ତର ରହିଛି । ଏ ସଂକ୍ରାନ୍ତରେ ଯଦିଓ ବୁଧବାର ରାଜ୍ୟ ସରକାର ତାଙ୍କର ଜବାବ ରଖିଛନ୍ତି, କିନ୍ତୁ ତାହା ହାଇକୋର୍ଟଙ୍କୁ ସନ୍ତୁଷ୍ଟ କରିପାରିନାହିଁ । ନିଯୁକ୍ତି କେଉଁ ଆଧାରରେ ହେବ, ତା ଉପରେ ସ୍ପଷ୍ଟୀକରଣ ଲୋଡିଛନ୍ତି କୋର୍ଟ । ବିଶେଷକରି ଜିଲ୍ଲାଭିତ୍ତିକ ନିଯୁକ୍ତି ପାଇଁ ଯେଉଁ ନୀତି ନିର୍ଦ୍ଧାରଣ ହୋଇଥିଲା ।

ତାହା କିପରି କାର୍ୟ୍ୟକାରୀ ହେବ ବୋଲି ପଚାରିଛନ୍ତି ହାଇକୋର୍ଟ । ଏ ନେଇ ସରକାର ସତ୍ୟପାଠ ଦାଖଲ କରନ୍ତୁ ବୋଲି ବୁଧବାର ନିର୍ଦ୍ଦେଶ ହୋଇଛି । ତେବେ ୩୦ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ହେବ । ସେଯାଏଁ ଅନ୍ତରୀଣ ରହିତାଦେଶ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ହୋଇଛି । କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ନେଇ ବ୍ୟାପକ ଅନିୟମିତତା ହୋଇଥିବା ସଂକ୍ରାନ୍ତୀୟ ମାମଲାର ଶୁଣାଣି କରି ଗତ ୧୯ତାରିଖ ଦିନ ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com