ଜାତୀୟ

ଦିଲ୍ଲୀ ହାଇକୋର୍ଟରୁ ଅନୁମତି ମିଳିବା ପରେ ଦୁବାଇ ଗଲେ ଜ୍ୟାକ୍‌ଲିନ୍‌, IIFAରେ ହେବେ ସାମିଲ

ମୁମ୍ବାଇ: ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ IIFA ପାଇଁ ଭାରତରୁ ଆବୁଧାବି ଅଭିମୁଖେ ବାହାରି ସାରିଛନ୍ତି । ତାଙ୍କ ବିଦେଶ ଯାତ୍ରା ପାଇଁ ଦିଲ୍ଲୀ ହାଇକୋର୍ଟରୁ ବିଶେଷ ଅନୁମତି ନେବାକୁ ପଡିଥିଲା। ୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ନାମ ଆସିବା ପରେ ଜ୍ୟାକଲିନଙ୍କୁ ଦେଶ ଛାଡିବାକୁ ଅନୁମତି ଦିଆଯାଇନଥିଲା। ଅଭିନେତ୍ରୀ ୧୫ଦିନ ପାଇଁ ବିଦେଶ ଯାତ୍ରା କରିବାକୁ ଦିଲ୍ଲୀ କୋର୍ଟରୁ ଅନୁମତି ମାଗିଥିଲେ। ଏଥିପାଇଁ ସର୍ତ ରଖି ଜଷ୍ଟିସ୍ ଜ୍ୟାକଲିନଙ୍କୁ ଆବୁଧାବି ଯିବା ପାଇଁ ଅନୁମତି ଦେଇଛନ୍ତି। ଏଥିସହିତ ନିର୍ଦ୍ଦେଶ ଦିଆଯାଇଛି କି ୧ କୋଟି ଟଙ୍କା ଫିକ୍ସ ଡିପୋଜିଟ ରସିଦ ଜମା କରିବାକୁ ପଡିବ। ଏହା ବ୍ୟତୀତ ଏକ ଶପଥ ଗ୍ରହଣ କରିବାକୁ ପଡିବ, ଯଦି ସେ ନ ଫେରନ୍ତି ତେବେ ୧ କୋଟି ଟଙ୍କା ଜମା ରାଶିକୁ ଜବତ ଜରାଯିବ।

ଜ୍ୟାକଲିନ ଅବୁଧାବି, ଫ୍ରାନ୍ସ ଏବଂ ନେପାଳ ଯିବାକୁ ଚାହୁଁଥିଲେ। ଏଥିପାଇଁ ସେ କୋର୍ଟଙ୍କୁ ୧୫ ଦିନ ପାଇଁ ବିଦେଶ ଭ୍ରମଣ କରିବାକୁ ଅନୁମତି ମାଗିଥିଲେ। କୋର୍ଟରୁ ଅନୁମତି ମିଳିବା ପରେ ଜ୍ୟାକଲିନ୍ IIFA ପାଇଁ ଭାରତ ଛାଡି ସାରିଲେଣି । ଏହି ଆୱାର୍ଡ ପୂର୍ବରୁ ମେ ୧୯ ରୁ ୨୧ ପର୍ଯ୍ୟନ୍ତ ହେବାର ଥିଲା । କିନ୍ତୁ ୟୁଏଇର ରାଷ୍ଟ୍ରପତିଙ୍କ ମୃତ୍ୟୁ ପରେ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା।

ଜ୍ୟାକଲିନଙ୍କ ବ୍ୟତୀତ ବିମାନବନ୍ଦରରେ ଅନେକ ତାରକାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଯାହାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ପୂର୍ବରୁ ସଲମାନ ଖାନ, ରିତିଶ ଦେଶମୁଖ, ଜେନେଲିଆ ଡି’ସୁଜା, ନୋରା ଫତେହି, ଦିଶା ପାଟାନୀଙ୍କ ସମେତ ଆବୁଧାବି ଅଭିମୁଖେ ଯାଇ ସାରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com