ମୁମ୍ବାଇ: ବଲିଉଡର ପପୁଲାର କଣ୍ଠଶିଳ୍ପୀ କେ.କେଙ୍କ ପରଲୋକ ହୋଇଛି। ୩୧ ମେ’ କୋଲକାତାରେ ଇଭେଣ୍ଟ ସାରିବା ପରେ ଦୁନିଆକୁ ଅଲବିଦା କହିଛନ୍ତି। ତାଙ୍କ ମୃତଦେହ ବୁଧବାର ଦିନ କୋଲକତାରୁ ମୁମ୍ବାଇକୁ ଅଣାଯାଇଥିଲା। ଗୁରୁବାର ଦିନ କେ.କେ.ଙ୍କର ଶେଷ ରୀତିନୀତି କରାଯାଇଛି। କେ.କେଙ୍କ ମୃତ୍ୟୁ ପରେ ବିଟାଉନ୍ ସହ ସଂଗୀତ ଜଗତ ଦୁଃଖରେ ଭାଙ୍ଗିପଡିଛି । ଏହାରି ମଧ୍ୟରେ ବର୍ତ୍ତମାନ ତାଙ୍କ ଝିଅ ଗାୟକ ତଥା ତାଙ୍କ ବାପାଙ୍କ ବିଷୟରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ନିକଟରେ ସେ ସୋସିଆଲ୍ ମିଡିଆରେ ତାଙ୍କ ବାପାଙ୍କୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ତାଙ୍କ ପୋଷ୍ଟ ଦେଖିଲେ ଲାଗୁଛି ସେ କେ.କେଙ୍କୁ ବହୁତ ମନେ ପକାଉଛନ୍ତି। ଲେଖିଛନ୍ତି, ‘ତୁମକୁ ସବୁବେଳେ ଭଲ ପାଇବୁ, ପାପା ତୁମେ ବହୁତ ମନେ ପଡିବ। ଆମେ ତମ ବିନା ପୁରା ଅଧୁରା ଲଭ ୟୁ ପାପା।
କହିବାକୁ ଗଲେ କେ.କେ ତାଙ୍କ ପରିବାରର ଅତି ନିକଟତର ଥିଲେ । ସେ କାମରୁ ବିରତି ନେଇ ପରିବାର ସହିତ ସମୟ ବିତାଇବାକୁ ପସନ୍ଦ କରୁଥିଲେ। ପରିବାର ସହିତ ବାହାରୁ ବୁଲିବାକୁ ଯାଉଥିଲେ। ଶୁଣିବାକୁ ମିଳୁଛି କି କେ.କେଙ୍କ ଝିଅ ମଧ୍ୟ ଜଣେ ଗାୟକ, କମୋଜର ଏବଂ ନିର୍ମାତା । କେ.କେ ମଧ୍ୟ ଝିଅକୁ ତାଲିମ ଦେଉଥିଲେ ।