ଜାତୀୟ

ଚନ୍ଦ୍ରଯାନ-୩ ଆବତରଣ ପାଇଁ କାଉଣ୍ଟଡାଉନ ଆରମ୍ଭ, ଶେଷ ୧୫ ମିନିଟ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଇତିହାସ ରଚିବାକୁ ଯାଉଛି ଇସ୍ରୋ । ଆଉ ମାତ୍ର କିଛି ଘଂଟାର ଅପେକ୍ଷ । ସମୟ ଜେତେ ପାଖେଇ ଆସୁଛି ଲୋକଙ୍କ ମନରେ ଉକ୍ରଣ୍ଠା ସେତେ ବଢିବାରେ ଲାଗିଛି । ୨୩ ତାରିଖ ସନ୍ଧ୍ୟାରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩ । ଏହି ଐତିହାସିକ ମୁହୂର୍ତ୍ତ ପାଇଁ ଆରମ୍ଭ ହୋଇଯାଇଛି କାଉଂଟଡାଉନ । ବିଧବାର ଅପରାହ୍ନ ୫ଟା ୪୫ରେ ଅବତରଣ ପ୍ରକ୍ରିୟା ଆରମ୍ଭ ହେବ ଏବଂ ସନ୍ଧ୍ୟା ପ୍ରାୟ ୬ଟା ୪ ମିନିଟରେ ଏହା ଚନ୍ଦ୍ରର ଦକ୍ଷିଣମେରୁ ତଥା ଅନ୍ଧକାର କ୍ଷେତ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବ । ମିଶନ ମୁନ ସଫଳ ହେବା ନେଇ ଇସ୍ରୋ ବୈଜ୍ଞାନିକ ଆଶା ରଖିଥିବା ବେଳେ ଭାରତ ଉପରେ ରହିଛି ପୁରା ବିଶ୍ୱର ନଜର । ସେପଟେ ଅବତରଣ ପୂର୍ବରୁ ଦୁଇ ଘଂଟା ଚନ୍ଦ୍ରପୃଷ୍ଠ ନିରୀକ୍ଷଣ କରାଯିବ ।

ସ୍ଥିତି ଅନୁକୂଳ ରହିଲେ ସଫ୍ଟ ଲ୍ୟାଣ୍ଡିଂ କରାଯିବ ନଚେତ ଇସ୍ରୋ ପ୍ଲାନ ବି ପ୍ରସ୍ତୁତ ରହିଛି । ପ୍ଲାନ ବି ଆନୁସାରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂକୁ ଆସନ୍ତା ୨୭ ତାରିଖକୁ ଘୁଚାଂଇ ଦିଆଯିବ । ସେପଟେ ଚନ୍ଦ୍ରଯାନ-୩ କୁ ସ୍ୱାଗତ କରିଛି ପବୂର୍ବରୁ ଛଡାଯାଇଥିବା ଚନ୍ଦ୍ରଯାନ-୨ର ଅରବିଟର । ଏହା ସହ ଚନ୍ଦ୍ରରେ ଅବତରଣ ପୂର୍ବରୁ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦୂର ପାଶ୍ୱର୍ର ଫଟୋ ଉତ୍ତୋଲନ କରି ପୃଥିବୀକୁ ପଠାଇଛି । ଚନ୍ଦ୍ରର ଦୂରତମ ପାଶ୍ୱର୍ ଯାହା ଦେଖାଯାଏ ନାହିଁ ସେହିସ୍ଥାନର ଫଟୋ ଉଠାଇଛି ଲ୍ୟାଣ୍ଡର ବିକ୍ରମର ଏଲଏଚଡିଏ କ୍ୟାମେରା ।

ତେବେ ଦିର୍ଘ ୪୦ ଦିନର ଯାତ୍ରା ପରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ପାଇଁ କାଉଂଟ ଡାଉନ ଆରମ୍ଭ ହୋଇଯାଇଛି । ଚନ୍ଦ୍ରରେ ଅବତରଣ କରିବା ପୂର୍ବରୁ ସ୍ଥାନ ଚିହ୍ନଟ କରୁଛି ବିକ୍ରମ । ଯେମିତିକି କୌଣସି ପାହାଡରେ ଚନ୍ଦ୍ରଯାନ-୩ ଧକ୍କା ନହୁଏ ଏବଂ ସୁରକ୍ଷିତ ଭାବେ ଅବତରଣ କରିବ । ହେଲେ ସବୁଠୁ କଠିନ ସମୟ ହେଉଛି ଲ୍ୟାଣ୍ଡିଂ କରିବାର ସେଷ ୧୫ ମିନିଟ । ଯାହା ଅତ୍ୟନ୍ତ କଠିନ ହୋଇଥାଏ । କାରଣ ୨୦୧୯ରେ ଚନ୍ଦ୍ରକୁ ଛଡାଯାଇଥିବା ଚନ୍ଦ୍ରଯାନ-୨ ଆବତରଣ ସମୟରେ ଏହି ଶେଷ ୧୫ ମିନିଟ ଅଧିକ ଜଟିଳ ରହିଥିଲା । ପଳରେ ଚନ୍ଦ୍ରଯାନ ଦୁଇ ଠାରୁ ଯୋଗା ଯୋଗ ବିଛିନ୍ନ ହୋଇଯାଇଥିଲା । ତେବେ ପୂର୍ବଭଳି ଏଥର ଚନ୍ଦ୍ରଯାନ-୩ ସୁରକ୍ଷିତ ଭାବେ ଚନ୍ଦ୍ରକୁ ସ୍ପର୍ଶ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com