ସେହିପରି ଏ ଗ୍ରେଡର ଶସ୍ୟର ମୂଲ୍ୟ କୁଇଣ୍ଟାଲ ପିଛା ୧୯୬୦ରୁ ୨୦୬୦କୁ ବୃଦ୍ଧି କରାଯାଇଛି। ଖରାଦିନିଆ ଅମଳ ହେଉଥିବା ଶସ୍ୟ ହେଉଛି ଜୀବନଧାରଣର ପ୍ରମୁଖ ଶସ୍ୟ। ଯାହାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସେପଟେ ଚଳିତ ବର୍ଷ ଜୁନରୁ ସେପ୍ଟେମ୍ବର ମାସରେ ସ୍ୱାଭାବିକ୍ ମୌସୁମୀ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଆଜିର ବୈଠକରେ ଗତ ୮ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷ ସମ୍ପର୍କିତ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ଚାଷୀମାନଙ୍କର ଆୟ ବୃଦ୍ଧି ପାଇଁ ମୋଦି ସରକାରଙ୍କ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଆଲୋଚନା ହୋଇଥିଲା।