ଜାତୀୟମନୋରଞ୍ଜନ

ଦିନକ ପରେ କନିଆ ସାଜିବେ ନୟନତାରା, ୬ବର୍ଷ ଧରି ଏହି ନିର୍ଦ୍ଦେଶକଙ୍କୁ କରୁଛନ୍ତି ଡେଟ୍‌

ମୁମ୍ବାଇ: ସାଉଥର ଶ୍ରେଷ୍ଠ ଅଭିନେତ୍ରୀଙ୍କ ନାମ କଥା କହିଲେ ସେହି ତାଲିକାରେ ନୟନତାରାଙ୍କ ନାମ ଆସିବ। ବଡ ବଡ କଳାକାରଙ୍କ ସହ କାମ କରିଥିବା ନୟନ୍ତରା ଦୀର୍ଘ ଦିନ ଧରି ଇଣ୍ଡଷ୍ଟ୍ରିରେ କାମ କରିଥିଲେ ଏବଂ ବର୍ତ୍ତମାନ ଏହି ଅଭିନେତ୍ରୀ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ନିକଟରେ ତାଙ୍କର ବିବାହ ତାରିଖ ଘୋଷଣା କରାଯାଇଛି। କୁହାଯାଉଛି ଜୁନ୍ ୯ରେ ନୟନତାରା ନିର୍ଦ୍ଦେଶକ ବିଗ୍ନେଶଙ୍କୁ ବିବାହ କରିବେ।

ସାଉଥର ମହାବାଲିପୁରର ଏକ ରିସୋର୍ଟରେ ଏହି ଗ୍ରାଣ୍ଡ ବିବାହ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିରେ ଦେଶର ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଏଥିରେ ସାମିଲ ହେବେ। ବର ଏବଂ କନ୍ୟା ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ସହ ତାଙ୍କ ବଡ ବଡ କଳାକାରମାନଙ୍କୁ ଏହି ବିବାହ ନିମନ୍ତ୍ରଣ କରିଛନ୍ତି। ଯେଉଁଥିରୁ ଏହା ସ୍ପଷ୍ଟ ଯେ ଏହି ବିବାହ ହାଇ ପ୍ରୋଫାଇଲ୍ ହେବାକୁ ଯାଉଛି।

କହିବାକୁ ଗଲେ ନୟନତାରା ଏବଂ ବିଗ୍ନେଶ ଗତ ୬ ବର୍ଷ ଧରି ପରସ୍ପରକୁ ଡେଟ୍ କରୁଥିଲେ। ସେମାନଙ୍କର ପ୍ରେମ କାହାଣୀ ବିଷୟରେ କହିବାକୁ ଗଲେ ଉଭୟ ଏକାଠି କାମ କରିଥିଲେ ଏବଂ ପରେ ସେମାନେ ସେମାନେ ପରସ୍ପରକୁ ପସନ୍ଦ କରିବାକୁ ଲାଗିଲେ । ଗତ ବର୍ଷ ଦୁହେଁ ନିର୍ବନ୍ଧ କରିଥିଲେ । ଉଭୟ ଜୁନ୍ ୯ରେ ବିବାହ କରିବା ନେଇ ତାରିଖ ଘୋଷଣା କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com