ଭୁବନେଶ୍ୱର: ଏସ୍ଟିଏଫ୍ ପଞ୍ଝାରେ ବଜ୍ରକାପ୍ତା ବେପାରୀ । ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡ଼ିବସିଲା ଏସ୍ଟିଏଫ୍ ।ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତାକୁ ଜବତ ହୋଇଛି ।
ଖବର ଅନୁଯାୟୀ, ବଜ୍ରକାପ୍ତା ବିକ୍ରି ନେଇ ଡିଲ୍ ଚାଲିଥିଲା । ଏହାର ଗୁଇନ୍ଦା ସୂଚନା ପାଇଁ ଚଢାଉ କରିଥିଲେ ଏସ୍ଟିଏଫ୍ । ଏହି ଚଢାଉରେ ଗୋଟିଏ ଜୀବନ୍ତ ବଜ୍ରାକାପ୍ତା ସହ ଜଣଙ୍କୁ ଗିରଫ କରିଛି ଏସ୍ଟିଏଫ୍ । ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ସୋନପୁର ତରଭା ଅଞ୍ଚଳର ବିଶେଶ୍ଵର ବଗର୍ତ୍ତି। ଜବତ ହୋଇଥିବା ବଜ୍ରକାପ୍ତାର ଓଜନ ୧୨ କେ.ଜି ୪୦୦ ଗ୍ରାମ ହେବ ବୋଲି ସୂଚନା ମିଳିଛି। ୨୦୨୦ରୁ ଏବେ ଯାଏଁ ୧୫ଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି ଏସ୍ଟିଏଫ୍।
Back to top button