ଓଡ଼ିଶା

ପୁରୀରେ ପୁଣି ଅନଲାଇନ ଠକେଇ; ବ୍ୟାଙ୍କ ଆକାଉଣ୍ଟରୁ ଗାଏଭ ହୋଇହଲା ୨ଲକ୍ଷ ୫୭ ହଜାର ୯୭୬ ଟଙ୍କା

ପୁରୀ() ପୁରୀରେ ପୁଣି ଅନଲାଇନ ଠକାମି ଦେଖିବାକୁ ମିଳିଛି। ଏହି ଠକାମୀର ଶୀକାର ହୋଇଛନ୍ତି ପୁରୀ ଜିଲ୍ଲା ବ୍ରହ୍ମଗିରିର ଭୁବନପୁର ଅନ୍ତର୍ଗତ ବରକୁଦି ଗାଁର ସତ୍ୟବାଦୀ ବେହେରା। ତାଙ୍କ ଆକ୍ସିସ ବ୍ୟାଙ୍କ୍ କ୍ରେଡିଟ କାର୍ଡରୁ ୨ଲକ୍ଷ ୫୭ ହଜାର ୯୭୬ ଟଙ୍କା ଠକେଇ ହୋଇଛି। ଏ ନେଇ ସେ ପ୍ରଥମେ ସାଇବର ଥାନା ଓ ଆଜି ପୁରୀ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଖବର ଅନୁସାରେ, ଗତ ୨୫ ତାରିଖରେ ଜଣେ ବ୍ୟକ୍ତି ତାଙ୍କ ମୋବାଇଲକୁ ଫୋନ କରି ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡ ଆପରୁ ରିଡ଼ିମ୍ କରିବା ପାଇଁ କହିଥିଲେ। ରିଡିମ୍ ଅପସନକୁ ଯିବା ପରେ ସତ୍ୟବାଦୀଙ୍କ ଆକାଉଣ୍ଟରୁ କିଛି ସମୟ ପରେ ୨ଲକ୍ଷ ୫୭ହଜାର ୯୭୬ ଟଙ୍କା ହଡ଼ପ ହୋଇଯାଇଥିଲା। ଏ ନେଇ ସେ ପ୍ରଥମେ ବ୍ୟାଙ୍କ ଗ୍ରାହକ ସେବା ପରେ ସାଇବର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ କୌଣସି ସୁଫଳ ନମିଳିବାରୁ ସେ ଆଜି ପୁରୀ  ଏସପିଙ୍କୁ ଭେଟି ଅଭିଯୋଗ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com