ଜାତୀୟ

ଦୁଇ ଦିନ ପୂର୍ବରୁ ନିଜକୁ ନିଜେ ବାହାହେଲେ କ୍ଷମା, ପରିବାର ଓ ବନ୍ଧୁଙ୍କ ଉପସ୍ଥିତିରେ ନେଲେ ସାତ ଫେରା…

ଗୁଜୁରାଟ: ଶେଷରେ ନିଜକୁ ନିଜେ ବାହାହେଲେ କ୍ଷମା ବିନ୍ଦୁ । କିଛି ଦିନ ତଳେ କୌଣସୀ ପୁରୁଷ ନୁହେଁ ବରଂ ନିଜକୁ ନିଜେ ବାହା ହେବା କଥା ନେଇ ଚର୍ଚ୍ଚାରେ ଥିବା କ୍ଷମା ଶେଷରେ ବିବାହ କରିଛନ୍ତି । ତେବେ ସେ ଜୁନ ୧୧ ତାରିଖରେ ବିବାହ କରିଥାନ୍ତେ । କିନ୍ତୁ ଦୁଇ ଦିନ ପୂର୍ବରୁ ଅର୍ଥାତ ଗୁରୁବାର ସେ ବିବାହ କରିଛନ୍ତି ।

ଆତ୍ମ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି ୨୪ ବର୍ଷୀୟା କ୍ଷମା ବିନ୍ଦୁ। ତାଙ୍କ ବାହାଘରରେ ଅନ୍ୟ ବିବାହ ଭଳି ହଲଦୀ, ମେହେନ୍ଦୀ ଭଳି ପରମ୍ପରା ଅନୁସାରେ ସବୁ ସଂପନ୍ନ ହୋଇଥିଲା। ସବୁଠୁ ଖାସ୍ ଥିଲା ତାଙ୍କର ବିବାହ କାର୍ଯ୍ୟକ୍ରମ । ସମସ୍ତ ପରମ୍ପରା ଓ ନୀତି ସହ ତାଙ୍କର ବିବାହ ହୋଇଥିଲା । ଏହି ସମାରୋହରେ ତାଙ୍କ ସହ ପରିବାର ଲୋକେ ଓ ବନ୍ଧୁ ଆଦି ଉପସ୍ଥିତ ଥିଲେ ।ହେଲେ ବିବାହରେ ବର ନଥିଲେ କି ବ୍ରାହ୍ମଣ ନଥିଲେ। କିନ୍ତୁ ବିବାହରେ ୭ ଫେରା ନେଇଥିଲେ କ୍ଷମା ବିନ୍ଦୁ। ତେବେ ତାଙ୍କ ବିବାହକୁ ନେଇ କୌଣସି ବିବାଦ ନ ହେଉ ସେଥିପାଇଁ କ୍ଷମା ବିନ୍ଦୁ ବାହାଘର ତାରିଖ ବଦଳାଇ ଦେଇଥିଲେ।

ସେ ଆତ୍ମ ବିବାହ କରିବେ ବୋଲି ଘୋଷଣା କରିବା ପରେ ତାଙ୍କ ଘରକୁ ବିଭିନ୍ନ ଲୋକଙ୍କ ଆସିବା ଲାଗି ରହିଥିଲା। ତେବେ ଏହାକୁ ତାଙ୍କର ପଡ଼ୋଶୀ ମାନେ ବିରୋଧ କରୁଥିଲେ। ଏପରିକି ଆତ୍ମ ବିବାହ ଘୋଷଣା କରିଥିବା କ୍ଷମା ବିନ୍ଦୁଙ୍କୁ କେତେକ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଥିଲା। ତେଣୁ ତାଙ୍କର ବିବାହକୁ ନେଇ କୌଣସି ବିବାଦ କିମ୍ବା ଅଘଟଣ ଏଡ଼ାଇବା ପାଇଁ ପୂର୍ବରୁ ଘୋଷଣା ହୋଇଥିବା ତାରିଖର ୩ ଦିନ ପୂର୍ବରୁ ବିବାହ କରିଛନ୍ତି ।

ବିବାହକୁ ନେଇ ସେ କହିଛନ୍ତି ଯେ, ବିବାହ କରିବା ପରେ ସେ ବହୁତ ଖୁସି ଅଛନ୍ତି । ଏବେ ସେ ଜଣେ ବିବାହିତା ନାରୀ । ଅନ୍ୟ ବୋହୂମାନଙ୍କ ଭଳି ତାଙ୍କୁ ଘର ଛାଡି ଯିବାକୁ ପଡିବ ନାହିଁ । ଏହାସହ ସୋସିଆଲ ମିଡିଆରେ ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସମସ୍ତଙ୍କୁ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com