ଓଡ଼ିଶା

ମହିଳାଙ୍କୁ ଅର୍ଦ୍ଧ ଉଲଗ୍ନ କରି ମାଡ ! ଥାନାରେ ଅଭିଯୋଗ

ସୋର: ସାମାନ୍ୟ ବଚସାକୁ କେନ୍ଦ୍ର କରି ବିଧବା ମହିଳାଙ୍କୁ ଅର୍ଦ୍ଧ ଉଲଗ୍ନ କରି ମାଡ ମାରିଥିବା ନେଇ ଥାନାରେ ଅଭିଯୋଗ । ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍ ଗନ୍ଧାଳୀ ଗ୍ରାମର ଦୁଇ ମହିଳାଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହେଉଥିଲା । ସେହି ସମୟରେ ଉକ୍ତ ଗ୍ରାମର କିଛି ଗ୍ରାମବାସୀ ମିଶି ସଂପୃକ୍ତ ବିଧବା ମହିଳାଙ୍କୁ ଅଚାନକ ଅର୍ଦ୍ଧ ଉଲଗ୍ନ କରି ଆକ୍ରମଣ କରିଥିଲେ। ମହିଳା ଜଣଙ୍କର ପୁଅ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାଡ ମରାଯାଇଥିବା ଭିଡିଓ ଦେଖିବାକୁ ମିଳିଛି । ଏ ନେଇ ଖଇରା ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନଥିବା ନେଇ ଦେଖିବାକୁ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com