ଓଡ଼ିଶା

କାଠ ଚୁଲାରେ ରୋଷେଇ ହେଲା କାଳ, ଜୀଅନ୍ତା ଜଳିଗଲେ ଯୁବତୀ

କାମାକ୍ଷାନଗର: ଜୀଅନ୍ତା ଜଳିଗଲେ ଯୁବତୀ । ରୋଷେଇ କରୁଥିବା ବେଳେ ପିନ୍ଧା ଡ୍ରେସରେ ଲାଗିଗଲା ନିଆଁ । ଆଉ ଏହି ନିଆଁରେ ପୋଡିହୋଇ ଯୁବତୀ ଜଣଙ୍କ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏପରି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବାମ୍ ଗ୍ରାମରେ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, କାଠ ଚୁଲାରେ ରୋଷେଇ କରୁଥିବା ବେଳେ ନିଆଁ ଲାଗି ପୋଡି ହୋଇଯିବାରୁ ଯୁବତୀ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ଯୁବତୀ ଜଣଙ୍କ ହେଲେ ବାମ ଗ୍ରାମର ଜଗବନ୍ଧୁ ମାହାନ୍ତଙ୍କ ଝିଅ ଲିପ୍ତିରେଖା ମାହାନ୍ତ। ଘରେ କେହି ନଥିବା ବେଳେ ଏକାକି ରହି ରୋଷେଇ କରୁଥିବାରୁ ନିଆଁ ଲାଗି ଲିପ୍ତିରେଖାଙ୍କ ଜୀବନ ହାନି ଘଟିଛି। ସେ  କାଠ ଚୁଲାରେ ରୋଷେଇ କରୁଥିବା ବେଳେ ନିଆଁ  ଡ୍ରେସରେ ଲାଗି ଯାଇ ସେ ଜଳି ଯାଇଥିଲେ । ଚିତ୍କାର କରିବାରୁ ପଡୋଶୀ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସେତେବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com