ଓଡ଼ିଶା
ବାରବାଟୀରେ ପୋଲିସ ଡିଜି ସୁନୀଲ ବଂଶଲ, ଟି-ଟ୍ୱେଣ୍ଟି ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର କଲେ ସମୀକ୍ଷା

କଟକ: ବାରବାଟୀରେ ପୋଲିସ ଡିଜି ସୁନୀଲ ବଂଶଲ । ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ତାଙ୍କ ସହ ଅଛନ୍ତି ଆଇନଶୃଂଖଳା ଏଡିଜି ଆର୍କେ ଶର୍ମା । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ କଟକ ଡିସିପି ପିନାକ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ।
ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଡିଜିପି । ସେପଟେ ବାରବାଟୀ ସମୀକ୍ଷା ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି । ସେ କହିଛନ୍ତି ଖେଳ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।





