ଓଡ଼ିଶା

T_20 ପୂର୍ବରୁ ସଜେଇ ହୋଇଛି ବାରବାଟୀ, ଖେଳାଳିଙ୍କ ପାଇଁ ଶ୍ୟାଣ୍ଡ ବେଶ୍ ଓ ଆଉଟ ଫିଲ୍ଡର ବ୍ୟବସ୍ଥା

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । କମ୍ପିବ ବାରବାଟୀ ଷ୍ଟାଡିୟମ୍ । ଆସନ୍ତାକାଲି ବାରବାଟୀରେ ନେଟ ପ୍ରାକ୍ଟିସ୍ କରିବେ ଉଭୟ ଦଳ । ତେଣୁ ଗ୍ରାଉଣ୍ଡ ଉପରେ ଖେଳାଳି ମାନେ ପହଁଚିବା ଆଗରୁ ଆଜି ସମସ୍ତ ପ୍ରସ୍ତୁତିର ରିହର୍ସଲ ହୋଇଛି । ତେବେ ମ୍ୟାଚ ପୂର୍ବରୁ ପାଗ ନେଇ ବଢିଲାଣି ଆଶଙ୍କା । କେତେବେଳେବି ବାରବାଟୀ ଷ୍ଟାଡିୟମ ଉପରେ ବର୍ଷାର ପ୍ରଭାବ ପଡିପାରେ ।

ତେଣୁ ଲଣ୍ଡନ ରୁ ଅଣାଯାଇଥିବା ଏହି ଗ୍ରାଉଣ୍ଡ କଭରକୁ ଆଜି ପୁଣିଥରେ ପଡିଆ ଭିତରେ ଢାଙ୍କିବାର ଅଭ୍ୟାସ କରିଛନ୍ତି ଗ୍ରାଉଣ୍ଡ ଷ୍ଟାଫ୍ ମାନେ । ତେଣେ ମ୍ୟାଚର ୨୪ ଘଣ୍ଟା ପୂର୍ବରୁ କିପରି ସ୍ପାଇଡର କ୍ୟାମେରା install ହୋଇପାରିବ । ସେଲାଗି ସ୍ଵତନ୍ତ୍ର ଟିମ ଆଜିଠାରୁ କାମ ଆରମ୍ଭ କରିଦେଇଛନ୍ତି । ଯଦିଓ ବାରବାଟୀ ମୁକାବିଲା ପାଇଁ ଦର୍ଶକ ଗ୍ୟାଲେରୀ ଗୁଡ଼ିକ ପ୍ରସ୍ତୁତ ହୋଇସାରିଛି , ତଥାପି ଭି ଆଇ ପି ମାନଙ୍କ ବସିବା ଲାଗି ପଡିଆ ଭିତରେ ସ୍ଵତନ୍ତ୍ର ଆୟୋଜନ ହେଉଛି ।

ବାରବାଟୀ ଷ୍ଟାଡିୟମ୍ ପାଇଁ ଏହା ହେବ ୨୭ ତମ ଆନ୍ତର୍ଜାତୀୟ ମ୍ୟାଚ୍ । ଗତକାଲି ଖେଳା ଯାଇଥିବା ମ୍ୟାଚ୍ ଜଣାଇ ଦେଇଛି ଯେ , ଉଭୟ ଭାରତ ଏବଂ ଦକ୍ଷିଣ ଆଫ୍ରିକା ର ବ୍ୟାଟ୍ସମ୍ୟାନ୍ ମାନେ ଜବରଦସ୍ତ ଫର୍ମ ରେ ଅଛନ୍ତି । ତେଣୁ ବାରବାଟୀ ର ପିଚ୍ ଉପରେ ୨୪ ଘଣ୍ଟିଆ ନଜର ରଖିଛନ୍ତି କ୍ୟୁରେଟର ଏବଂ ତାଙ୍କ ଟିମ୍ ।

Related Articles

Back to top button
WP Twitter Auto Publish Powered By : XYZScripts.com