ଓଡ଼ିଶା

ଦୁଇ ଯୁବକଙ୍କୁ ଅପହରଣ କରି ଲୁଟ୍ ଘଟଣା : ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ଦୁଇ ଯୁବକଙ୍କୁ କିଡନାପ୍ କରି ଧମକାଇ ଲୁଟ୍ ଘଟଣାର ପର୍ଦ୍ଦାଫାଶ । ୩ ଲକ୍ଷ ୧୫ ହଜାର ଟଙ୍କା ଲୁଟି ନେବା ଘଟଣାରେ ଦିଗପହଣ୍ଡି ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଯୁବକ ହେଉଛନ୍ତି ଦେଓଖାଳି ଗାଁର କୁନା ପ୍ରଧାନ । ତାଙ୍କ ନିକଟରୁ  ୧ ଲକ୍ଷ ଟଙ୍କା,  ଗୋଟିଏ କାର୍, ଗୋଟିଏ ମୋବାଇଲ ଜବତ ହୋଇଛି।

ତେବେ ଗତ ୭ ତାରିଖରେ ଦୁଇ ଯୁବକଙ୍କୁ ଅପହରଣ କରି ନେଇଥିଲେ ଅଭିଯୁକ୍ତ । ପରେ ଲୁଟ୍ ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଘଟଣାର ପର୍ଦ୍ଦାଫାଶ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com