ଜାତୀୟ

ନୂପୁର ଶର୍ମାଙ୍କୁ ନେଇ ତେଜୁଛି ବିରୋଧ, କୋଲକାତାରେ ଇଣ୍ଟରନେଟ୍ ସେବା ବନ୍ଦ, ରାଞ୍ଚିରେ ୨ ମୃତ

ପ୍ରଫେଟ ମହମ୍ମଦଙ୍କୁ ନେଇ ନୂପୁର ଶର୍ମା ଦେଇଥିବା ଟିପ୍ପଣୀକୁ ବିରୋଧ କରି ଦିଲ୍ଲୀ ଜାମା ମସଜିଦ ନିକଟରେ ଶୁକ୍ରବାର ନମାଜ ପରେ ଦେଖାଯାଇଥିଲା ବିରାଟ ବିରୋଧ ସମାବେଶ । ନାରାବାଜୀ, ପ୍ଲାକାର୍ଡ ଓ ପ୍ରଦର୍ଶନକାରୀଙ୍କ ସ୍ଲୋଗାନ୍ ରେ କମ୍ପିଥିଲା ପୂରା ଅଞ୍ଚଳ । ଅଚାନକ ଆନ୍ଦୋଳନକାରୀଙ୍କ ସଂଖା ବୃଦ୍ଧି ଓ ବିଶାଳ ସମାବେଶ ନେଇ ସେମାନଙ୍କ ପାଖରେ ଆଗୁଆ ଅନୁମତି ନ ଥିବା ସହ ଦିଲ୍ଲୀ ପୋଲିସ ବି ଏତେ ବଡ଼ ବିରୋଧ ପାଇଁ ପ୍ରସ୍ତୁତ ମଧ୍ୟ ନ ଥିଲା । ଏପଟେ ରାୟପୁର ରାଞ୍ଚିରେ ବିରୋଧ ଓ ପ୍ରଦର୍ଶନ ଉଗ୍ର ରୂପ ନେଇଥିଲା । ପଶ୍ଚମବଙ୍ଗର କୋଲକାତା, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ନୂପୁର ବିରୋଧୀ ଆନ୍ଦୋଳନ ତୀବ୍ର ରୂପ ନେଉଛି । କୋଲକାତାରେ ସଂଖ୍ୟାଲଘୁ ସଂପ୍ରଦାୟର ଆନ୍ଦୋଳନକାରୀ ବିଜେପିର ୨ଟି କାର୍ଯ୍ୟାଳୟ ଉପରେ ଅତର୍କିତ ଆକ୍ରମଣ କରିବା ସହ ଡୋମଜୁର ଥାନାରେ ଆକ୍ରମଣ କରିବାରୁ ୧୨ ଜଣ କାର‌୍ୟ୍ୟରତ ପୋଲିସ ଆହତ ହୋଇଛନ୍ତି । ହିଂସା ଓ ଉପଦ୍ରବକାରୀଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଏଠାରେ ଜୁନ ୧୩ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ରାଞ୍ଚି ହିଂସାରେ ଶୁକ୍ରବାର ୨ ଜଣଙ୍କୁ ଗୁଳି ବାଜିଥିଲା ଏବଂ ଶନିବାର ସେମାନଙ୍କର ମୃତ୍ୟୁ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com