Featuredଅନ୍ତର୍ଜାତୀୟଜାତୀୟଶିକ୍ଷା
ୟୁକ୍ରେନ ଛାଡିଥିବା ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଋଷିଆର ଅଫର

ୟୁକ୍ରେନ ଛାଡିଥିବା ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ତେବେ ଏପରି ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପାଠପଢାଶେଷ କରିବା ପାଇଁ ଋଷିଆ ନିଜ ଦେଶକୁ ଆମନ୍ତ୍ରଣ କରିଛି। ଚେନ୍ନାଇରେ ପହଞ୍ଚିଥିବା ଋଷିଆ ମହାବାଣିଜ୍ୟ ଦୂତ ଓଲେଗ୍ ଅଭଦିଭ କହିଛନ୍ତି ଯେ ୟୁକ୍ରେନ ଛାଡିଥିବା ଭାରତୀୟ ଡାକ୍ତରୀ ଛାତ୍ର ଛାତ୍ରୀ ଋଷିଆରେ ସେମାନଙ୍କ ପଢା ଜାରି ରଖି ପାରିବେ । କାରଣ ୟୁକ୍ରେନ ଓ ଋଷିଆର ଡାକ୍ତରୀ ପାଠ୍ୟକ୍ରମ ଏକାଭଳି। ଯେହେତୁ ୟୁକ୍ରେନରେ ଅଧିକାଂଶ ଲୋକେ ଋଷୀୟ କହିଥାନ୍ତି ଏଣୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଋଷିଆ ଭାଷା ବୁଝିବାରେ ବିଶେଷ ଅସୁବିଧା ହେବନି। ଓଲେଗ କହିଛନ୍ତି ଯେ ଅନେକ ଲୋକେ ପାଠ ପଢିବାକୁ ଋଷିଆ ଯାଇଥାନ୍ତି। ଋଷିଆରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ସ୍କୋଲାରସିପ୍ ଲାଗି ଆବେଦନ କରୁଛନ୍ତି।