ଜାତୀୟ

ସୁଶାନ୍ତଙ୍କ ବନ୍ଧୁଙ୍କୁ ମିଳିଲା ବେଲ୍‌

ମୁମ୍ବାଇ: ଦିବଙ୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବନ୍ଧୁଙ୍କୁ ମିଳିଲା ବେଲ୍‌। ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ କେସ୍‌ରେ ଗିରଫ ହୋଇଥିବା ସିଦ୍ଧାର୍ଥ ପିଠାନୀଙ୍କୁ ଜାମିନ ମିଳିଛି। ୫୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚଳିକାରେ ଆଜି ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ପୂର୍ବରୁ ୨ଥର ଜାମିନ ଆବେଦନ କରିଥିଲେ ମଧ୍ୟ ଖାରଜ ହୋଇଥିଲା।

ଅଭିନେତା ସୁଶାନ୍ତ ସିଂହଙ୍କ ଫ୍ଲାଟରେ ରହୁଥିଲେ ସିଦ୍ଧାର୍ଥ ପିଠାନୀ। ସୁଶାନ୍ତଙ୍କ ମୃତ୍ୟୁ ପରେ ସିଦ୍ଧାର୍ଥ ହିଁ ପ୍ରଥମେ ତାଙ୍କ ପାର୍ଥୀବ ଶରୀରକୁ ଦେଖିଥିଲେ। ଜୁନ୍‌ ୨୦୨୦ରେ ସୁଶାନ୍ତ ସିଂହ ରାଜପୁର ଆତ୍ମହତ୍ୟା କରିଥିଲେ। ସୁଶାନ୍ତ ସିଂହଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଗତ ବର୍ଷ ମେ ୨୮ରେ ସିଦ୍ଧାର୍ଥଙ୍କୁ ଗିରଫ କରିଥିଲା।
ଉଲ୍ଲେଖଯୋଗ୍ୟ, ୨୦୨୦ ଜୁନ୍‌ ୧୪ ତାରିଖରେ ମୁମ୍ବାଇ ସ୍ଥିତ ନିଜ ଘରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ ସୁଶାନ୍ତ ସିଂହ ରାଜପୁତ। ତାଙ୍କ ମୃତ୍ୟୁକୁ ୨ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଏବେବି ତାଙ୍କ ଫ୍ୟାନ୍‌ମାନେ ଓ ପରିବାର ଲୋକେ ତାଙ୍କୁ ଭୁଲି ପାରିନାହାନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଥିଲା। ଏହାପରେ ଏହି ମାମଲାକୁ ଏନ୍‌ସିବି ନିଜ ହାତକୁ ନେଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com