ଜାତୀୟ

ଲକ୍ଷୀମପୁର ମାମଲା : ହାଇକୋର୍ଟଙ୍କ ରାୟକୁ ପ୍ରଶ୍ନ କଲେ ମୃତ କୃଷକଙ୍କ ପରିବାର, ସୁପ୍ରିମକୋର୍ଟରେ ରଖିଲେ ସଙ୍ଗୀନ ଯୁକ୍ତି

ନୂଆଦିଲ୍ଲୀ()  ଲକ୍ଷୀମପୁର ହିଂସା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ଖାରଜ ହେବ ନା ନାହିଁ ସେନେଇ ସୁପ୍ରିମକୋର୍ଟରେ ବିଚାର ଚାଲିଛି । କୋର୍ଟ ଏହା ଉପରେ ସୋମବାର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଛନ୍ତି । ଶୁଣାଣି ବେଳେ ମୃତ କୃଷକଙ୍କ ଓକିଲ ଓ ଆଶିଷ ମିଶ୍ରାଙ୍କ ଓକିଲ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା ।

ମୃତ କୃଷକଙ୍କ ଓକିଲ ଦୃଷ୍ୟନ୍ତ ଦବେ କହିଥିଲେ ଯେ, ହାଇକୋର୍ଟ ଅଜୟଙ୍କୁ ଜାମିନ ଦେଇଛନ୍ତି । କିନ୍ତୁ ଅନେକ ତଥ୍ୟ ଉପରେ ଧ୍ୟାନ ଦିଆଯାଇ ନାହିଁ । ଏହା ହତ୍ୟା ମାମଲା । ଆଉ କିଛି ଆବେଦନକାରୀ କୋର୍ଟରେ ଆଶିଷଙ୍କ ଜାମିନ ରବ୍ଦ କରିବାକୁ ଦାବି କରିଥିଲେ । ଏହା ଉପରେ କଣ କରାଯିବା ଦରକାର କୋର୍ଟ ଜାଣନ୍ତି ବୋଲି ସୁପ୍ରିମକୋର୍ଟ କହିଥିଲେ ।

ଅନ୍ୟପକ୍ଷରେ ୟୁପି ସରକାରଙ୍କ ପକ୍ଷରୁ ଲଢୁଥିବା ଓକିଲ ମହେଶ ଜେଠମାଲିନୀ କହିଥିଲେ ଯେ, ଆଶିଷଙ୍କ ଜାମିନ ରବ୍ଦ ପାଇଁ କୌଣସି ଆବେଦନ ଦାଖଲ କରିବାର ଆବଶ୍ୟକତା ନାହିଁ । କାରଣ ଆଶିଷ କୁଆଡେ ଫେରାର ହୋଇଯାଉ ନାହାଁନ୍ତି ।

ଶୁଣାଣି ବେଳେ ହେଲା କଣ

ଶୁଣାଣି ଆରମ୍ଭ ବେଳେ ଆଇନଜୀବୀ ସିଏସ ପାଣ୍ଡା କହିଥିଲେ ଯେ, ଆଶିଷଙ୍କ ଜାମିନ ଖାରଜ ହେବା ଆବଶ୍ୟକ । କାରଣ ହାଇକୋର୍ଟ ଅନେକ କିଛି ଘଟଣାକୁ ନଜର ଅନ୍ଦାଜ କରିଛନ୍ତି । ଏହାପରେ ବରିଷ୍ଠ ଆଇନଜୀବୀ ମହେଶ ଜେଠମାଳିନୀ କହିଥିଲେ ଯେ, ଏସଆଇଟି ତଦନ୍ତ କରିଥିଲା । ରାଜ୍ୟ ସରକାର ସମସ୍ତ ଘଟଣା ଉପରେ ନଜର ରଖିଥିଲେ । ରାଜ୍ୟ ସରକାର ସମସ୍ତ ସାକ୍ଷୀଙ୍କୁ ସୁରକ୍ଷା ଦେଉଛନ୍ତି । ସେ ୯୭ ସାକ୍ଷୀଙ୍କ ସହ କଥା ହୋଇଥିଲେ । କେହି ହେଲେ ବିପଦରେ ଥିବା ପ୍ରକାଶ କରିନଥିଲେ ।

ମୃତକଙ୍କ ପରିବାର ପକ୍ଷରୁ ଆଇନଜୀବୀ ଦୁଷ୍ୟନ୍ତ କହିଥିଲେ ଯେ, ଆଶିଷଙ୍କ ପିତା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଧମକଚମକ ଦେଉଛନ୍ତି । ଅଭିଯୁକ୍ତ ଜାଣିଶୁଣି କୃଷକଙ୍କ ଆନ୍ଦୋଳନ ରାସ୍ତାରେ ଯାଇଥିଲେ । ଏସଆଇଟି ବିସ୍ତୁତ ଭାବେ ତଦନ୍ତ କରିଥିଲା । ଭିଡିଓ, ଅଡିଓ ଓ ସାକ୍ଷୀଙ୍କୁ ଗୁରୁତର ସହ ନିଆଯାଇଥିଲା । ଏହି ସବୁ ପ୍ରମାଣ ଅଭିଯୁକ୍ତଙ୍କ ଜାମିନ ଖାରଜ ପାଇଁ ଯଥେଷ୍ଟ ବୋଲି ସେ କହିଥିଲେ ।

କ’ଣ କହିଲେ ଆଶିଷଙ୍କ ଓକିଲ

ଆଶିଷଙ୍କ ଓକିଲ ରଞ୍ଜିତ କୁମାର କହିଥିଲେ ଯେ, ଗୁଳିରେ ଜଣେ କୃଷକ ପ୍ରାଣ ହରାଇଥିବା ପୋଲିସକୁ ରିପୋର୍ଟ ଦିଆଯାଇଛି । କିନ୍ତୁ ହାଇକୋର୍ଟ ଗୁଳି ମାଡ ହୋଇନଥିବା କହିଥିଲେ । ଆଶିଷ ଆଖୁ କ୍ଷେତକୁ ପଳାଇଥିବା ଲୋକେ କହିଥିଲେ । କିନ୍ତୁ ସେଠାରେ ଆଖୁ ନୁହେଁ ଧାନ କ୍ଷେତ ଥିଲା । ଏପରିକି ଯଦି ସୁପ୍ରିମକୋର୍ଟ ଜାମିନ ଖାରଜ କରିବେନି ଦେବେ କିଏ କରିବ ବୋଲି ରଞ୍ଜିତ କୋର୍ଟରେ କହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com