ଜାତୀୟମନୋରଞ୍ଜନ

‘Sector 36’ର ଟିଜର ରିଲିଜି କଲେ ବିକ୍ରାନ୍ତ ମସି, କହିଲେ-ଏହା ରିୟଲ କ୍ରାଇମ୍‌ ଥ୍ରୀଲର

ମୁମ୍ବାଇ: ବିକ୍ରାନ୍ତ ମସି ଏବଂ ଦୀପକ ଡୋବ୍ରିଆଲ ଦୁହେଁ ଏକାଠି ଫିଲ୍ମରେ କାମ କରିବାକୁ ଯାଉଛନ୍ତି।  ଫିଲ୍ମ ‘ସେକ୍ଟର ୩୬’ ରେ ଏକାଠି ନଜର ଆସିବେ। ଏନେଇ ବିକ୍ରାନ୍ତ ଏବଂ ଦୀପକ ସୋସିଆଲ ମିଡିଆ ଆକାଉଣ୍ଟରେ ପ୍ରଶଂସକଙ୍କୁ ଏହି ଖୁସି ଖବର ଜଣାଇଛନ୍ତି । ଏହା ବ୍ୟତୀତ ଫିଲ୍ମର ଏକ ଛୋଟ ଟିଜରର ମଧ୍ୟ ସେୟାର କରି ଦେଖାଇଛନ୍ତି। ଯାହା ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି ।

ଫିଲ୍ମକୁ ନେଇ ସେ କହିଛନ୍ତି ଯେ ଆଜିଠାରୁ ଫିଲ୍ମର ସୁଟିଂ ଆରମ୍ଭ ହେଉଛି। ମ୍ୟାଡକ୍ ଫିଲ୍ମର ଟିଜରକୁ ସେୟାର କରିଛି। ଦୀନେଶ ବିଜାନଙ୍କ ବ୍ୟାନର ମ୍ୟାଡକ୍ ଫିଲ୍ମସ୍ ଅଧୀନରେ ଏହି ଫିଲ୍ମଟି ପ୍ରସ୍ତୁତ କରାଯାଉଛି। କହିବାକୁ ଗଲେ ଏହା ଏକ କ୍ରାଇମ ଥ୍ରୀଲର ଫିଲ୍ମ ଅଟେ । ଫିଲ୍ମଟିର ନିର୍ଦ୍ଦେଶନା ଦେଉଛନ୍ତି ଆଦିତ୍ୟ ନିମ୍ବାଲକର ଦେଉଥିବାବେଳେ କାହାଣୀ ଲେଖିଛନ୍ତି ବୋଧାୟନ ରୟ ଚୌଧୁରୀ ।

ଏହି ଫିଲ୍ମର ଟିଜରକୁ ସେୟାର କରୁଥିବା ବେଳେ ବିକ୍ରାନ୍ତ ମେସି କହିଛନ୍ତି କି- ଏହି ଫିଲ୍ମଟି ଏକ ପ୍ରକୃତ ଘଟଣା ଉପରେ ଆଧାରିତ। ଏହା ସହ ସେ ଲେଖିଛନ୍ତି, ଦୀନେଶ ବିଜାନଙ୍କ ଦ୍ୱାରା ସେକ୍ଟର-୩୬, ପ୍ରକୃତ ଘଟଣା ଦ୍ୱାରା ଅନୁପ୍ରାଣିତ । କାହିଁକି ନା ଏହା କ୍ରାଇମ ଥ୍ରୀଲର ।

Related Articles

Back to top button
WP Twitter Auto Publish Powered By : XYZScripts.com