ଏମ୍ବିବିଏସ ପଢ଼ିବା ପାଇଁ ଚୀନ ଯିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ନିୟମ କରିଛନ୍ତି କେନ୍ଦ୍ର ସରକାର। ଡାକ୍ତରୀ ପାଠ ପଢ଼ିବାକୁ ଚୀନ ଯିବା ପୂର୍ବରୁ ଏହି ନିୟମ ଜାଣି ରଖିବା ଦରକାର ନହେଲେ ଅଯତା ଟଙ୍କା ଓ ସମୟ ବରବାଦ ହେବ ବୋଲି କେନ୍ଦ୍ର ସରକାର ଏ ଆଡଭାଇଜରୀ ଜାରି କରି ସୂଚନା ଦେଇଛନ୍ତି। ଚୀନ୍ରେ ପାଠ ପଢ଼ିବାକୁ ଇଚ୍ଛକୁ ଥିବା ଛାତ୍ରଛାତ୍ରୀଙ୍କୁ ଚେତାଇ ଦେଇଛନ୍ତି କେନ୍ଦ୍ର ସରକାର। ଚୀନରେ ଡାକ୍ତରୀ ପଢ଼ିଲେ ଛାତ୍ରଛାତ୍ରୀଙ୍କୁ କିଛି ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି କେନ୍ଦ୍ର ସରକାର କହିଛନ୍ତି। ଭାରତୀୟ ଛାତ୍ରମାନଙ୍କୁ ସରକାର କହିଛନ୍ତି ଯେ ପ୍ରତି ବର୍ଷ ହଜାର ହଜାର ଛାତ୍ର ଚୀନର ମେଡିକାଲ କଲେଜ୍ରେ ଆଡମିଶନ ନିଅନ୍ତି। କିନ୍ତୁ ଗତ ଦୁଇବର୍ଷ ହେଲା ସେମାନେ ନିଜ ଘରେ ପସି ରହିଛନ୍ତି। କରୋନା ପାଇଁ ବେଜିଂକୁ ଯିବା ପାଇଁ ଭିସା ଉପରେ ପ୍ରତିବନ୍ଧକ ରହିଛି। ଏକ ଅନୁମାନ ଅନୁସାରେ, ଚୀନର ବିଭିନ୍ନ ୟୁନିଭର୍ସିଟିରେ ପ୍ରାୟ ୨୩ ହଜାର ଭାରତୀୟ ଛାତ୍ରଛାତ୍ରୀ ଡାକ୍ତରୀ ପଢ଼ନ୍ତି। ଛାତ୍ରଛାତ୍ରୀଙ୍କ ପଢ଼ା ପାଇଁ ଚୀନ ନିକଟେର ଭିସା ଦେବା ଆରମ୍ଭ କରିଛି। ସେମାନଙ୍କ ମଧ୍ୟରୁ ଅନେକ ଛାତ୍ରଛାତ୍ରୀଙ୍କୁ ନାନା ପରିସ୍ଥିତର ସାମ୍ନା କରିବାକୁ ପଡ଼ୁଛି। ଚୀନକୁ ଡାଇରେକ୍ଟ ଫ୍ଲାଇଟ୍ ନଥିବାରୁ ଏଥିପାଇଁ ଆଲୋଚନା ଜାରି ରହିଛି ବୋଲି ଭାରତ ସରକାର କହିଛନ୍ତି।ସେହିପରି ଛାତ୍ରଛାତ୍ରୀଙ୍କୁ ଚେତାଇ ଦେଇ ସରକାର କହିଛନ୍ତି ଯେ ୨୦୧୫ରୁ ୨୧ ମଧ୍ୟରେ ମେଡିକାଲ ପଢୁଥିବା ମାତ୍ର ୧୬ ପ୍ରତିଶତ ଛାତ୍ର କ୍ୱାଲିଫାଇଁ ପରୀକ୍ଷାରେ ପାସ୍ କରୁଛନ୍ତି। ସେଥିମଧ୍ୟରୁ ମାତ୍ର ୬୪୭୬ ଜଣ ଛାତ୍ରଙ୍କୁ ଭାରତରେ ପାକ୍ଟିସ୍ କରିବାକୁ ସୁଯୋଗ ମିଳିଛି। ଏହି ସମୟରେ ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଡାକ୍ତରୀ ପଢ଼ିଛନ୍ତି। ତେଣୁ ଛାତ୍ରମାନେ ଚୀନରେ ଡାକ୍ତରୀ ପଢ଼ିବାକୁ ଚାହୁଁଛନ୍ତି ସେମାନେ ଥରେ ଏହି ସଂଖ୍ୟା ଉପରେ ନଜର ପକାଇ ନେବା ଦରକାର ବୋଲି ସରକାର କହିଛନ୍ତି।
Check Also
Close