ଜାତୀୟ

ତଳେ ପଡିଥିବା ଶିଶୁକୁ ବଞ୍ଚାଇଲେ ଟ୍ରାଫିକ୍‌ ପୋଲିସ୍‌, ମିଳିଲା ପ୍ରଶଂସା

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ୍‌ ହୁଏ। ଏମିତି କିଛି ଭିଡିଓ ରହିଛି ଯାହା ଖୁବ୍‌ ପ୍ରେରଣା ଦିଏ। ସେମିତି ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।  ଭିଡିଓରେ ଦେଖିବାକୁ ମିଳିଛି ଏକ ଚଳନ୍ତା ଅଟୋରୁ ଶିଶୁଟି ତଳେ ଖସିପଡୁଛି। ମଝି ରାସ୍ତାରେ ଶିଶୁଟି ପଡ଼ି ଯାଇଥିବା ବେଳେ ଚାରିଆଡୁ ଗାଡ଼ି ଯିବା ଆସିବା କରୁଛି। ଏହି ସମୟରେ ଜଣେ ଟ୍ରାଫିକ୍‌ ପୋଲିସଙ୍କ କାମ ପ୍ରଶଂସାଯୋଗ୍ୟ।

ଭିଡିଓରେ ଦେଖିବାକୁ ମିଳିଛି ଟ୍ରାଫିକ୍‌ ପୁଲିସ୍‌ ଜଣକ ଦୌଡ଼ି ଯାଇ ଶିଶୁଟିକୁ ତଳୁ ଉଠେଇ ନେଉଛନ୍ତି। ଏହାପରେ ସେ ପିଲାଙ୍କୁ ତାଙ୍କ ମାଆଙ୍କ ହାତକୁ ବଢେଇ ଦେଉଛନ୍ତି। ଟ୍ରାଫିକ୍‌ ପୁଲିସ୍‌ର ଏହି ହୃଦୟସ୍ପର୍ଷୀ କାମ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।
ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ୬ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଲୋକେ ପୁଲିସ୍‌ ସହିତ ବସ୍‌ ଚାଳକକୁ ମଧ୍ୟ ପ୍ରଶଂସା କରିଛନ୍ତି। ବସ୍‌ ଚାଳକ ଜଣକ ମଧ୍ୟ ଖୁବ୍ ଜୋର୍‌ରେ ଗାଡ଼ି ଚଳାଉଥିଲେ ବି ଶିଶୁଟି ପଡ଼ିଯିବାର ଦେଖି ଅଚାନକ ଗାଡ଼ି ରୋକି ଦେଇଥିଲେ। ଫଳରେ ଶିଶୁଟି ମରଣ ମୁହଁରୁ ବଞ୍ଚିଯାଇଛି। କିଛି ଲୋକ ଅଟୋ ଚାଳକଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି।

Related Articles

Back to top button