ଜାତୀୟଭାଇରାଲ୍ ଭିଡିଓ
ମୁମ୍ବାଇ ତାଜ୍ ହୋଟେଲ୍ ସାମ୍ନାରେ ଯୁବତୀଙ୍କ ‘ବମ୍ବ ଆଗୟା’ ରିଲ୍ସ ଭାଇରାଲ୍, ଇନ୍ଷ୍ଟାରେ ଅପ୍ଲୋଡ୍ ହେବା ପରେ ଡ୍ୟାନ୍ସରେ ଦିୱାନା ୟୁଜର୍ସ
![](https://i0.wp.com/odia.mobilenews24x7.com/wp-content/uploads/2022/06/bamb-agya-viral-video.jpg?resize=701%2C467&ssl=1)
ମୁମ୍ୱାଇ : ସୋସିଆଲ୍ ମିଡିଆ ଯୁଗରେ ଇନଷ୍ଟାଗ୍ରାମ ଓ ୟୁଟ୍ୟୁବରେ ସର୍ଟ ଭିଡିଓ କରିବା ଏବେ ଯୁବ ପିଢ଼଼ିଙ୍କ ମଧ୍ୟରେ ଏକ ଟ୍ରେଣ୍ଡ ପାଲଟିଛି। ସାମାଜିକ ଗଣମାଧ୍ୟମରେ ନିଜର ଫଲୋର୍ସ ବଢ଼ାଇବା ପାଇଁ ଏବେ ୟୁଜର୍ସମାନେ ୟୁଟ୍ୟୁବ୍ରେ ସର୍ଟ ଭିଡିଓ ଏବଂ ଇନଷ୍ଟାଗ୍ରାମରେ ରିଲ୍ସ କରୁଛନ୍ତି। ଆପଣମାନେ ଏପରି ଅନେକ ଭିଡିଓ ଭାଇରାଲ ହେବାର ଦେଖୁଥିବେ।
ସେହିପରି ଏକ ଭିଡିଓ ଏବେ ଇନଷ୍ଟାଗ୍ରାମରେ ଭାଇରାଲ ହୋଇଛି। ଏହି ଭିଡିଓରେ ଜଣେ ଯୁବତୀ ମୁମ୍ୱାଇର ତାଜ୍ ହୋଟେଲ୍ ଆଗରେ ଡ୍ୟାନ୍ସ ରିଲ୍ସ ବନାଇଛନ୍ତି। ଏହି ରିଲ୍ସରେ ଯୁବତୀ ଜଣଙ୍କ ‘ବମ୍ୱ ଆଗେୟା’ ପଞ୍ଜାବୀ ଗୀତରେ ତାଜ ହୋଟେଲ୍ ଆଗରେ ଡ୍ୟାନ୍ସ କରୁଛନ୍ତି। ଏହି ଭିଡିଓକୁ ୟୁଜର୍ସମାନେ ଏବେ ବହୁତ ପ୍ରଶଂସା କରିବା ସହିତ ଲାଇକ୍ କରିଛନ୍ତି। ଦେଖନ୍ତୁ ଭିଡିଓ
View this post on Instagram
ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ୧ଲକ୍ଷ ୧୦ହଜାର ୨୪ଟି ଲାଇକ ଓ ଅନେକ କମେଣ୍ଟ ସହିତ ବହୁତ ଭାଇରାଲ୍ ହୋଇଛି। ୟୁଜରମାନେ ଯୁବତୀଙ୍କ ଡ୍ୟାନ୍ସକୁ ପସନ୍ଦ କରିବା ସହିତ କମେଣ୍ଟରେ ହାର୍ଟ ଇମୋଜି, ଫାୟାର୍ ଇମୋଜି ଦେଇଛନ୍ତି। ତାଙ୍କୁ ପ୍ରଶଂସା କରି ଜଣେ ୟୁଜର କମେଣ୍ଟରେ ଫାଣ୍ଟାଷ୍ଟିକ ଲେଖିଥିବା ବେଳେ ଅନ୍ୟ ଜଣେ ୟୁଜର ସୁପର୍ ଲେଖିଛନ୍ତି।