ଓଡ଼ିଶା

ପ୍ରେମିକ ସହ ପଳାଇ ଯାଇଥିବା ଝିଅକୁ ଶୁଦ୍ଧି ହେଲେ ପରିବାର ଲୋକେ

ପ୍ରେମିକ ସହ ପଳାଇ ଯାଇଥିବା ଝିଅକୁ ଶୁଦ୍ଧି ହେଲେ ପରିବାର ଲୋକେ । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଉମର ଗାଁରେ ଘଟିଛି ଏମିତି ଘଟଣା । ଗାଁର ବିଶ୍ୱଜିତ ମହାପାତ୍ରଙ୍କ ଝିଅ ପାୟଲ ମହାପାତ୍ର ସେହି ଗାଁର ଆକାଶ ଚନ୍ଦ୍ର ବେହେରାଙ୍କୁ ଭଲ ପାଉଥିଲେ ।

ତାଙ୍କ ସହ ପାୟଲ ଘର ଛାଡି ଚାଲିଯିବାରୁ ପରିବାର ଲୋକେ ଝିଅର ଏକାଦଶ ଓ ଦ୍ଵାଦଶ କର୍ମ କରିଛନ୍ତି । ପାୟଲଙ୍କ ବାପା ବିଶ୍ୱଜିତ ମହାପାତ୍ର ଲଣ୍ଡା ହୋଇ ଝିଅର ସମସ୍ତ କର୍ମ କରିଛନ୍ତି । କର୍ମରେ ବ୍ରାହ୍ମଣ ଭୋଜନ ସହ ଗ୍ରାମବାସୀଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com