ସ୍ୱାସ୍ଥ୍ୟ

ଭାରତରେ ନାଜାଲ ଭ୍ୟାକ୍ସିନ ବ୍ୟବହାରକୁ ମିଳିଲା ଅନୁମତି

ନୂଆଦିଲ୍ଲୀ, ୨୩/୧୨/୨୦୨୨-  କରୋନା ନୂଆ ଭାରିଆଣ୍ଟ ସଂକ୍ରମଣ ପୁଣି ତାର କାୟା ମେଲାଇବା ଆରମ୍ଭ କରିଛି । ଏହାରି ଭିତରେ ଟିକାକରଣ ଅଭିଯାନକୁ ଆଗେଇ ନେବା ପାଇଁ ଭାରତରେ ନାଜାଲ ଭ୍ୟାକ୍ସିନ ବ୍ୟବହାରକୁ ସରକାର ଅନୁମତି ପ୍ରଦାନ କରିଛନ୍ତି । ବିଶେଷଜ୍ଞ କମିଟି ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଭାରତ ବାୟୋଟେକର ଏହି ନାଜାଲ ଭାକ୍ସିନ୍‌ ପ୍ରଥମେ ଘରୋଇ ଡାକ୍ତରଖାନାରେ ଉପଲବ୍ଧ ହେବ । ଏହାକୁ ମଧ୍ୟ କୋ ୱିନ ଆପରେ ସ୍ଥାନୀତ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ କହିଛନ୍ତି ।  ଇଞ୍ଜେକ୍‌ସନ୍‌ରେ ଦିଆଯାଉଥିବା ଭ୍ୟାକ୍ସିନ୍‌ ତୁଳନାରେ ନାଜାଲ ଟିକା ଭଲ ବୋଲି କୁହାଯାଉଛି । ଏହି ନାଜାଲ ଭାକ୍ସିନ୍‌ ନଷ୍ଟ ହେବାର ସମ୍ଭାବନା ମଧ୍ୟ କମ୍‌ ବୋଲି ବିଶେଷଜ୍ଞ କମିଟି କହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com