ଓଡ଼ିଶା

ପହିଲି ରଜର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାର ଗଣପର୍ବ ରଜରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ପହିଲି ରଜରେ ପ୍ରଥମେ ଟ୍ବିଟର ଜରିଆରେ ରାଜ୍ୟବାସୀଙ୍କୁ ଜଣାଇଲେ ଶୁଭେଚ୍ଛା । ରଜ ଉପଲ୍ଲଖେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି କହିଛନ୍ତି, ଓଡ଼ିଶା ସଂସ୍କୃତି ଓ ପରମ୍ପରାର ପ୍ରତୀକ  ।ଏହି ପର୍ବ ସମାଜରେ ଆନନ୍ଦ,ଉତ୍ସାହ ଓ ଉଲ୍ଲାସ ଭରିଦେଉ । ଆହୁରି ମଧ୍ୟ ସେ ରାଜ୍ୟବାସୀଙ୍କ ଜୀବନ ସୁଖ ଓ ମଙ୍ଗଳମୟ ହେଉ ବୋଲି କାମନା କରିନ୍ତି ।

ଚଳିତ ବର୍ଷ ରଜ ଖୁବ୍ ଆନନ୍ଦ ଉଲ୍ଲାସ ସହିତ ପୁରପଲ୍ଲୀରେ ପାଳନ କରାଯାଉଛି । ଦୀର୍ଘ ୨ବର୍ଷ ହେବ କୋଭିଡର କଳା ବାଦଲ ଭିତରେ ନିଶ୍ଚିନ୍ନ ହୋଇ ଯାଇଥିଲା ଏହି ଗଣପର୍ବ । ନା ଲାଗୁଥିଲା ତୋଟାରେ ଦୋଳି, ନା ବଣ୍ଟା ହେଉଥିଲା ରଜପାନ । ଗାଁର କୁଆଁରୀ ମାନେ ନା ସାହି ପଡିଶା ବୁଲୁଥିଲେ, ନା ସଜବାଜ ହୋଇ ଦୋଳି ଖେଳୁଥିଲେ । ଅର୍ଥାତ୍ କହିବାକୁ ଗଲେ ରଜ ଏକ ପ୍ରକାର ଫିକା ପଡିଥିଲା । ତେଣୁ ଚଳିତ ବର୍ଷ ରଜକୁ ସବୁଠି ବେଶ ଉତ୍ସାହର ସହ ପାଳନ କରାଯାଉଛି ।

ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ୍ ଜରିଆରେ ପ୍ରଣବ ପ୍ରକାଶ କହିଛନ୍ତି, ଓଡ଼ିଶାର ଗଣପର୍ବ ହେଉଛି ରଜ । ନାରୀମାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ପାଳନ କରାଯାଉଥିବା ଏହି ପର୍ବ ଆମ ଐତିହ୍ୟ ସମ୍ପନ୍ନ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ନିଦର୍ଶନ।ଏହା ସହିତ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com