ଓଡ଼ିଶା

ଚାଷ ଜମିକୁ ମା’କୁ ଡାକିବାକୁ ଯାଇଥିଲେ, ବଜ୍ରାଘାତରେ ଚାଲିଗଲା ନାବାଳକଙ୍କ ଜୀବନ

ଅନୁଗୋଳ: ବଜ୍ରାଘାତରେ ନାବାଳକଙ୍କ ମୃତ୍ୟୁ । ଚାଷ ଜମିରୁ ମା’କୁ ଡାକିବାକୁ ଯାଇଥିବା ସମୟରେ ହୋଇଥିଲା ବଜ୍ରପାତ । ଫଳରେ ସେହିଠାରେ ହିଁ ଟଳି ପଡିଥିଲେ ନାବାଳକ ପୁଅ । ଅନୁଗୋଳ ବଡ଼କେରେଜାଙ୍ଗରେ ଘଟିଛି ଅଭାବନୀୟ ଘଟଣା । ମୃତକ ହେଲେ ବଡ଼କେରେଜାଙ୍ଗ ଗାଁର ୧୭ ବର୍ଷର ନାବାଳକ ଦୁଷ୍ମନ୍ତ ସାହୁ ।

କାଳବୈଶାଖୀ ସମୟରେ ଚାଷ ଜମିକୁ ଯାଇଥିବା ବେଳେ ମା’କୁ ଡାକିବାକୁ ଯାଇଥିଲା ପୁଅ ଦୁଷ୍ମନ୍ତ । ସେହି ସମୟରେ ଅଚାନକ ବଜ୍ରାଘାତ ହୋଇଥିଲା । ସେଇଠାରେ ହିଁ ଟଳି ପଡିଲା ପୁଅ ଦୁଷ୍ମନ୍ତ । ତାଙ୍କୁ ତୁରନ୍ତ ଅନୁଗୋଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  ସେଠାରେ ଡାକ୍ତର ଦୁଷ୍ମନ୍ତଙ୍କୁ ମୃତ ଘୋଷଣା କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com