ମନୋରଞ୍ଜନ
ବଦଳିଗଲା ବ୍ରହ୍ମାଣ୍ଡ ସୁନ୍ଦରୀଙ୍କ ଚେହେରା, ଚିହ୍ନିବା ମୁସକିଲ

ମୁମ୍ବାଇ: ବଦଳି ଗଲେଣି ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ କୌର ସାନ୍ଧୁ। ମିସ୍ ୟୁନିର୍ଭସର ମୁକୁଟ ଜିତିବାର ୩ ମାସ ପରେ ଏବେ ତାଙ୍କୁ ଚିହ୍ନିବା ମୁସ୍କିଲ୍ ହୋଇଗଲାଣି। ସେ ଥିଲେ କ’ଣ ଆଉ ହେଲେଣି କ’ଣ? ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ହାତେଇବା ପରେ ତାଙ୍କ ସୌନ୍ଦର୍ଯ୍ୟକୁ ନେଇ ଚାରିଆଡେ ଚର୍ଚ୍ଚା ହୋଇଥିଲା। କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଏବେ ସବୁ କିଛି ଓଲଟା ହୋଇଯାଇଛି।
୨୧ ବର୍ଷ ପରେ ଭାରତ ପାଇଁ ମିସ୍ ୟୁନିର୍ଭସ ମୁକୁଟ ଆଣିଥିଲେ ହରନାଜ। ରାତାରାତି ସେ ପାଲଟି ଯାଇଥିଲେ ଷ୍ଟାର। ତାଙ୍କ ପପୁଲାରିଟି ମଧ୍ୟ ଢ଼େର ବଢ଼ିଯାଇଥିଲା। ତାଙ୍କ ଅନ୍ଦାଜ, ତାଙ୍କ କହିବା ଷ୍ଟାଇଲ୍, ତାଙ୍କ ଡ୍ରେସିଂ ସେନ୍ସ ସବୁକିଛି ଫ୍ୟାନ୍ମାନଙ୍କୁ କରିଥିଲା ଆଟ୍ରାକ୍ଟ। କେବଳ ସେତିକି ନୁହେଁ ତାଙ୍କ ଫିଗର୍ ଫିଟ୍ନେସକୁ ନେଇ ମଧ୍ୟ ଅନେକ ହୋଇଯାଇଥିଲେ ଦିୱାନା। ଅନେକ ଯୁବତୀ ମଧ୍ୟ ହରନାଜଙ୍କ ଭଳି ଫିଗର ମେଣ୍ଟେନ୍ କରିବାକୁ ସ୍ବପ୍ନ ଦେଖିଥିଲେ। କିନ୍ତୁ ଏବେ ହରନାଜ ଆଉ ପୂର୍ବଭଳି ନାହାନ୍ତି ସବୁକିଛି ବଦଳି ଯାଇଛି।
