ଓଡ଼ିଶା

ମା ତାରାତାରିଣୀଙ୍କ ମନ୍ଦିର ପରିଦର୍ଶନ କଲେ ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମ ପୁର ବ୍ଲକରେ ଥିବା ମା ତାରା ତାରିଣୀଙ୍କ ମନ୍ଦିରରେ ଓଡ଼ିଶାର ରାଜ୍ୟ ଶ୍ରମ ଓ ବିମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ପରିଦର୍ଶନ କରିଛନ୍ତି। ଆଜି ସନ୍ଧ୍ୟାରେ ମା ତାରାତାରିଣୀଙ୍କ ଦର୍ଶନ ପାଇଁ ଆସିଥିବା ଶୁଣି ପୁରୁଷୋତ୍ତମପୁର ଏନଏସିର କାଉନସିଲର ସଦସ୍ୟମାନଙ୍କ ସହିତ ପୁରୁଷୋତ୍ତମପୁର ବ୍ଲକର ପଞ୍ଚାୟତ ପ୍ରତିନିଧିମାନେ ମନ୍ତ୍ରୀଙ୍କୁ ଡାକବଙ୍ଗଳା ସହିତ ତାରାତାରିଣୀରେ ଥିବା ନିରୁପମା ହୋଟେଲ ଠାରେ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଥିଲେ।

ଏଥିରେ ଗଞ୍ଜାମ ଜିଲ୍ଲା ବିଜେଡିର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ନିର୍ମଳ ଚନ୍ଦ୍ର ସାହୁ, ୪ ନମ୍ୱର କାଉନସିଲର ଅଶୋକ କୁମାର ମହାକୁଡ, ସମାଜସେବୀ ଜଗତ ପଣ୍ଡା, ଏନଏସି ଉପ-ନଗରପାଳ କୃଷ୍ଣ ଚନ୍ଦ୍ର ପଣ୍ଡା,୩୬ ନଂ ଜିଲାପରିଷଦ ସଭ୍ୟ ଭଜମାନ ବେହେରା, ପୂର୍ବତନ ବ୍ଲକ ସଭାପତି ଦିଗାମ୍ବର ପାଣିଗ୍ରାହୀ, ବଡ଼ ବରଙ୍ଗା ସରପଞ୍ଚ ଭାସ୍କର ଦୋରା ଓ ଅନ୍ୟାନ୍ୟ କର୍ମୀ, ନେତା, ସଂଘଟକ ମାନେ ମନ୍ତ୍ରୀଙ୍କୁ ପୁଷ୍ପ ଗୁଛ ଦେଇ ଅଭିନନ୍ଦନ ଜଣାଇ ଥିଲେ। ମନ୍ତ୍ରୀ ମା ତାରା ତାରିଣୀଙ୍କୁ ଦର୍ଶନ କରିବା ସହିତ ମନ୍ଦିରର ପ୍ରାକୃତିଜ ସୌନ୍ଦର୍ଯ୍ୟ ବୁଲି ଦେଖିଥିଲେ। ଏହା ସହ ପୁରୁଷୋତ୍ତମପୁର ବ୍ଲକ ଏବଂ ଏନେସିର କର୍ମକର୍ତ୍ତାଙ୍କ ସହିତ ମନ୍ଦିର ତୋରଣ ପାଖରେ ଫୋଟ ଉଠାଇ ବିଭିନ୍ନ ବିଷୟରେ ନେତାମାନଙ୍କ ସହ ନିରୁପମା ହୋଟେଲ ରେ ଆଲୋଚନା କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com