ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ କଂଗ୍ରେସ କାର୍ଯ୍ୟାଳୟ ଭିତରେ ପଶି ଦଳୀୟ କର୍ମୀଙ୍କ ଉପରେ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ବିରୋଧରେ ଆସନ୍ତାକାଲି ଦଳ ପକ୍ଷରୁ ସମଗ୍ର ଦେଶରେ ଥିବା ରାଜ୍ୟ ରାଜଭବନଗୁଡ଼ିକୁ ଘେରାଓ କରାଯିବ ବୋଲି କଂଗ୍ରେସ ନେତା ରଣଦୀପ ସୁର୍ଯେୱାଲା ବୁଧବାର ଦଳର ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଦିଲ୍ଲୀ ପୁଲିସ କଂଗ୍ରେସ କାର୍ଯ୍ୟାଳୟ ମଧ୍ୟକୁ ଅନଧିକାର ପ୍ରବେଶ କରି ଯେପରି ଦଳୀୟ କର୍ମୀମାନଙ୍କୁ ପିଟିଲେ ତାହା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ। ଦିଲ୍ଲୀ ପୁଲିସର ଗୁଣ୍ଡାବାଦ ଏହାର ଚରମ ସୀମାରେ ପହଞ୍ଚିଛି। ଏହାକୁ ଆଉ ବରଦାସ୍ତ କରାଯିବ ନାହିଁ ଏବଂ ଏହାର ଜବାବ ଦିଆଯିବ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଆମେ ଦିଲ୍ଲୀ ପୁଲିସ ବିରୋଧରେ ଏକ ଏଫଆଇଆର ଦାଖଲ କରିବାକୁ ଦାବି କରୁଛୁ। ସେମାନଙ୍କୁ ନିଲମ୍ବିତ କରାଯିବା ସହ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ ତଦନ୍ତ ଆରମ୍ଭ କରିବାକୁ କଂଗ୍ରେସ ନେତା ରଣଦୀପ ସୁର୍ଯେୱାଲା ଦାବୀ କରିଛନ୍ତି। ଏହି ଘଟଣାର ପ୍ରତିବାଦରେ ଗୁରୁବାର କଂଗ୍ରେସ ସମଗ୍ର ଦେଶରେ ସମସ୍ତ ରାଜଭବନକୁ ଘେରାଓ କରିବ। କଂଗ୍ରେସ କାର୍ଯ୍ୟାଳୟ ସମେତ ସେହି ଅଞ୍ଚଳରେ ୧୪୪ ଧାରା ଲାଗୁ କରା ଯାଇଥିଲା ଏବଂ ଏ ସଂପର୍କରେ ପୂର୍ବରୁ ସମସ୍ତଙ୍କୁ ଅବଗତ କରା ଯାଇଥିଲା।
Back to top button