ରାଜନୀତି

କେଉଁ ଆଧାରରେ ମିଳିପାରେ ବିଜେପି ଟିକେଟ୍; ଜାଣନ୍ତୁ

ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଚାଲିଛି ସବୁ ଦଳର ଜୋରଦାର ପ୍ରସ୍ତୁତି । ବିଜେପି ନେତୃତ୍ଵାଧୀନ ଏନଡିଏ ପୁଣି ଆଉଥରେ ସରକାରକୁ ଫେରିବ ବୋଲି ଆକଳନ ହେଉଛି । ସେହିପରି ରାଜ୍ୟରେ ବିଜେଡି ପୁଣି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ କ୍ଷମତା ହାସଲ କରିବ ବୋଲି ଆଲୋଚନା ହେଉଛି। ତେବେ ସବୁ ଦଳ ନିଜ ନିଜ ଯୋଜନା ଚଳାଇଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ଏନ୍ଡିଏ ଓ I.N.D.I.A ମେଣ୍ଟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସବୁ ଦଳ ସଙ୍ଗଠନ ସଜାଡ଼ିବା କାମ ଆରମ୍ଭ କରିଦେଲେଣି ।

ଯାହା ରିପୋର୍ଟ ମିଳିଛି, ବିଜେପିର ସମସ୍ତ ସାଂସଦଙ୍କୁ ସେମାନଙ୍କର ସଂସଦୀୟ କ୍ଷେତ୍ର ସମ୍ବନ୍ଧିତ କାର୍ଯ୍ୟଗୁଡ଼ିକୁ ସମୟ ପୂର୍ବରୁ ଶେଷ କରିବା ପାଇଁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହ ସବୁ ପ୍ରକାରର ପ୍ରସ୍ତୁତି କଲେଣି । ଏହାରି ଭିତରେ ସୋସିଆଲ ମିଡିଆକୁ ଆହୁରି ସୁଦୃଢ଼ କରିବା ପାଇଁ ଦିଲ୍ଲୀରେ ବିଜେପି ପକ୍ଷରୁ ବଡ ବୈଠକ ବି ହୋଇଥିଲା । ସେପଟେ ଦଳ ଦ୍ବାରା ତୃଣମୂଳ ସ୍ତରରୁ ନେତାମାନଙ୍କର ସ୍ଥିତି ସଂପର୍କରେ ସୂଚନା ଏକତ୍ରିତ କରାଯାଉଛି । ବିଶେଷ ରିପୋର୍ଟ ଅନୁସାରେ ବିଜେପିର ଶୀର୍ଷ ନେତୃତ୍ବ ଗୋଟିଏ ରିସର୍ଚ୍ଚ ଟିମ୍ ଲଗାଇଛନ୍ତି ।

ଉକ୍ତ ଟିମ୍ ବର୍ତ୍ତମାନର ପରିସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରୁଛନ୍ତି । ଏହି ରିପୋର୍ଟ ବିଜେପିରେ ଟିକଟର ଆଧାର ହୋଇପାରେ । ଏହି ରିପୋର୍ଟ କାର୍ଡକୁ ତିନିରୁ ଚାରି ଶ୍ରେଣୀରେ ଏ, ବି, ସି ଓ ଡି ଆଧାରରେ ପ୍ରସ୍ତତ କରାଯିବ । ଆଉ ଏହି ରିପୋର୍ଟ କାର୍ଡ ସହିତ ବିଜେପି ୨୦୨୪ର ସାଧାରଣ ନିର୍ବାଚନକୁ ଓହ୍ଲାଇପାରେ ।

ଆଲୋଚନା ହେଉଛି କି ବିଜେପିର କେନ୍ଦ୍ରୀୟ ନେତୃତ୍ବ ବ୍ୟତୀତ ଆଉ ଦୁଇଟି ବେସରକାରୀ ସଂସ୍ଥାକୁ ଏହି ରିପୋର୍ଟ କାର୍ଡ ପ୍ରସ୍ତୁତ କରିବା କାର୍ଯ୍ୟରେ ଲଗାଯାଇଛି । ଉକ୍ତ ସଂସ୍ଥାମାନେ ବିଭିନ୍ନ ରାଜ୍ୟରେ ବିଜେପିର ସ୍ଥିତି ପରଖିବା ସହ ଆଗକୁ କଣ ହାଲଚାଲ ରହିବ ସେ ନେଇ ରିପୋର୍ଟ ଦେଉଥିବା ସୂଚନା ମିଳିଛି । ତେବେ ଓଡ଼ିଶା କଥା ଦେଖିବାକୁ ଗଲେ ଆକଳନ ଅନୁସାରେ, ବିଜେପି ସାଂସଦ ସିଟରେ ଭଲ ପ୍ରଦର୍ଶନ କରୁଥିବା ବେଳେ ବିଧାୟକ ସିଟରେ ଏତେଟା ଭଲ ପ୍ରଦର୍ଶନ କରିପାରୁନି । ରାଜ୍ୟରେ ପୁଣି ବିଜେଡି ଶାସନ କରିବା କଥା ଅନେକ ସଂସ୍ଥା ଆକଳନ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com