ଓଡ଼ିଶା
୧୪୭ ଅଡିଟରଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ; ୦୯/୦୯ ରାଜ୍ୟ ଅର୍ଥ ବିଭାଗରେ ଶୁକ୍ରବାର ୧୪୭ ସାଧାରଣ କ୍ୟାଡରର ଅଡିଟ ଚାକିରିରେ ଯୋଗ ଦେଇଛନ୍ତି । ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟର୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ୍ ମାଧ୍ୟମରେ ସମ୍ବୋଧିତ କରି ନବନିଯୁକ୍ତ ଅଡିଟରମାନଙ୍କୁ ନିଷ୍ଠାର ସହ କାମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି । ସେ କହିଛନ୍ତି ଯେ କଠିନ ପରିଶ୍ରମ କର । ନୂଆ ପ୍ରଯୁକ୍ତିକୁ ଗ୍ରହଣ କର । ବାଛିଥିବା କାମ ପାଇଁ ନିଜର ଶତ ପ୍ରତିଶତ ପ୍ରଦାନ କରିବାକୁ ଉଦ୍ୟମ କର। ଆମ ବେତନର ପ୍ରତିଟି ପଇସା ହେଉଛି ଲୋକମାନେ ଦେଉଥିବା ଟଙ୍କାରୁ ଆସୁଛି ବୋଲି ମନେ ରଖିବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ କହିଛନ୍ତି । ଅଡିଟର ଭାବେ ସରକାରୀ ବ୍ୟୟର ସୁବିନିଯୋଗକୁ ନିଶ୍ଚିତ କରିବାକୁ ସେ କହିଛନ୍ତି ।