![](https://i0.wp.com/odia.mobilenews24x7.com/wp-content/uploads/2022/06/maya-vati.jpg?resize=556%2C365&ssl=1)
ଲକ୍ଷ୍ନୌ: ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ସଞ୍ଚୟ ୧୪ ବର୍ଷର ସର୍ବୋଚ୍ଚସ୍ତରକୁ ପହଞ୍ଚିଛି। ସ୍ୱିଜରଲ୍ୟାଣ୍ଡ କେନ୍ଦ୍ରୀୟ ବ୍ୟାଙ୍କଙ୍କ ବାର୍ଷିକ ରିପୋର୍ଟରେ ଭାରତୀୟଙ୍କ ଜମା ଟଙ୍କା ୪ ହଜାର ୮୦୦ କୋଟିକୁ ପହଞ୍ଚି ଯାଇଥିବା କୁହାଯାଇଛି। ଏହାକୁ ନେଇ ବହୁଜନ ସମାଜପାର୍ଟି (ବିଏସପି) ନେତ୍ରୀ ମାୟାବତୀ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନରେ ଘେରିଛନ୍ତି।
ବିଦେଶରେ ପୁଞ୍ଜିପତିଙ୍କ ଦ୍ୱାରା ଜମା କଳା ଧନକୁ ଟାର୍ଗେଟ କରି ମାୟାବତୀ ଦେଶରେ ବିରୋଧୀ ଦଳଙ୍କ ନେତାଙ୍କ ଉପରେ କେନ୍ଦ୍ରୀୟ ଏଜେନ୍ସୀଙ୍କ ଚଢଉ ଆଡକୁ ଇସାରା କରିଛନ୍ତି। ଏ ନେଇ ମାୟାବତୀ ଏକ ଟ୍ୱିଟ୍ କରିଥିବା ବେଳେ ଏଥିରେ ଭାରତୀୟ ପୁଞ୍ଜିପତି ଓ ଧନ୍ନାସେଠଙ୍କ ଜମା ଧନ ୧୪ ବର୍ଷର ରେକର୍ଡ ସ୍ତର ୩.୮୩ ବିଲିୟନ ଫ୍ରାଙ୍କକୁ ପହଞ୍ଚିବା ଖବର ଏବେ ଚର୍ଚ୍ଚାରେ ବୋଲି ଉଲ୍ଲେଖ କରିଛନ୍ତି। ଏଥିରେ ଦାରିଦ୍ର୍ୟତା, ମୂଲ୍ୟବୃଦ୍ଧି ଓ ବେକେରୀରେ ସଢୁଥିବା ଲୋକେ ବୁଝି ପାରୁ ନାହାନ୍ତି ସେମାନେ କିପରି ଖୁସି ଅଛନ୍ତି ବୋଲି କହିଛନ୍ତି।
भारतीय पूंजीपतियों व धन्नासेठों की स्विटजरलैण्ड के बैंकों में जमा धन 14 वर्ष के रिकार्ड स्तर पर 3.83 बिलियन फ्रैंक पहुँचने की खबर चर्चाओं में है, जिस पर गरीबी, महंगाई व बेरोजगारी आदि के अभूतपूर्व संकट से जूझ रहे देश के लोग समझ नहीं पा रहे हैं कि वे कैसे खुश हों?
— Mayawati (@Mayawati) June 17, 2022