କେନ୍ଦୁଝର: ଜୁନ ୨ ତାରିଖ ଟାଉନ ଥାନା ଅଞ୍ଚଳରେ ଜଣେ ନା ବାଳିକା ନିଖୋଜ ହେବା ଘଟଣା ପରେ ମା ଥାନାର ଦ୍ଵାରସ୍ତ ହୋଇଥିଲେ । ଥାନାରୁ କୌଣସି ସୁଫଳ ନ ପାଇବାରୁ ସେ ପୁଣି ଜୁନ ୬ ତାରିଖ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଭେଟି ନିଜର ଗୁହାରି ଜଣାଇଥିଲେ ।
ହେଲେ ଏ ପର୍ଯ୍ୟନ୍ତ ଝିଅର କୌଣସି ଖୋଜ ଖବର ନପାଇବାରୁ ହତାସ ହୋଇ ମା ଆଜି ବାଧ୍ୟ ହୋଇ ଏସପି ଅଫିସ୍ ସମ୍ମୁଖରେ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଠିକ ସମୟରେ ପୋଲିସ ପହଞ୍ଚି ଆତ୍ମହତ୍ୟାରୁ ତାଙ୍କୁ ବାରଣ କରିବାରେ ସଫଳ ହୋଇଥିଲେ । ମହିଳା ଜଣଙ୍କ ଏସପିଙ୍କୁ ଭେଟିବାକୁ ଜିଦ କରିବାରୁ ତାଙ୍କୁ ଏସପିଙ୍କୁ ଭେଟିବାକୁ ଦିଆଯାଇଥିଲା ।
ଏସପିଙ୍କୁ ଭେଟି ବାହାରକୁ ଆସି ମହିଳା ଜଣଙ୍କ କହିଥିଲେ ଅପହରଣକାରିକୁ ଆଗ ଗିରଫ କରାଯିବ ବୋଲି କହିଛନ୍ତି । ତାପରେ ତାଙ୍କ ଝିଅକୁ ଖୋଜାଯିବ । ହେଲେ ଝିଅକୁ ଖୁବ୍ ଶିଘ୍ର ଖୋଜି ଆଣିବାକୁ ପୋଲିସକୁ କୁହାଯାଇଥିବା ଏସପି କହିଛନ୍ତି ।
Back to top button