ଜାତୀୟ
ହ୍ରିତିକ୍ଙ୍କ ଆଇ ପଦ୍ମା ରାନୀଙ୍କ ପରଲୋକ, ୯୧ ବର୍ଷରେ ତ୍ୟାଗ କଲେ ଶେଷ ନିଃଶ୍ୱାସ

ମୁମ୍ବାଇ: ହ୍ରିତିକ ରୋଶନଙ୍କ ଆଇ ପଦ୍ମା ରାନୀ ଓମପ୍ରକାଶଙ୍କ ଦେହାନ୍ତ ହୋଇଛି। ବୟସ ହୋଇଯାଇଥିବାରୁ ସେ ଦୀର୍ଘ ସମୟ ହେବ ଶଯ୍ୟାରେ ଥିଲେ । ଗୁରୁବାର ଦିନ ଅପରାହ୍ନରେ ୯୧ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହ୍ରିତିକଙ୍କ ପିତା ତଥା ନିର୍ଦ୍ଦେଶକ ରାକେଶ ରୋଶନ ତାଙ୍କ ଶାଶୁ ପଦ୍ମା ରାନୀଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ଏହାକୁ ତାଙ୍କ ପରିବାର ପାଇଁ ଅତ୍ୟନ୍ତ ଦୁଃଖର ମୁହୂର୍ତ୍ତ ବୋଲି କହିଛନ୍ତି। ହ୍ରିତିକ୍ ତାଙ୍କ ଅଜା-ଆଇଙ୍କର ଅତି ନିକଟତର ଥିଲେ। ଜେ ଓମ୍ ପ୍ରକାଶ ନିର୍ମାତା-ନିର୍ଦ୍ଦେଶକ ଥିଲେ । ୨୦୧୯ରେ ତାଙ୍କର ମୃତ୍ୟୁ ହୋଇଥିଲା ।





