ନୂଆଦିଲ୍ଲୀ: ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତୀ ମୈଦାନ ଟନେଲ୍ର ଓ ତତ୍ସଂଗଲଗ୍ନ ପାଞ୍ଚଟି ଅଣ୍ଡରପାସ ରୋଡ୍ର ଶୁଭଉଦ୍ଘାଟନ କରକିଛନ୍ତି। ଯାତାୟତ ପାଇଁ ଏହି ରାସ୍ତାକୁ ଖୋଲିଦିଆଯାଇଛି। ଏହି ପ୍ରୋଜେକ୍ଟ ଫଳରେ ବ୍ୟସ୍ତବହୁଳ ରାଜଧାନୀରେ ଟ୍ରାଫିକ୍ ଜାମ ସମସ୍ୟା ଦୂର ହୋଇପାରିବ।
୯୨୦ କୋଟି ଟଙ୍କା ବ୍ୟୟରେ ହୋଇଥିବା ଏହି ପ୍ରୋଜେକ୍ଟର ଉଦ୍ଦେଶ୍ୟ ପ୍ରଗତୀ ମୈଦାନରେ ହେଉଥିବା ପ୍ରଦର୍ଶନୀ ଓ ସମ୍ମିଳନୀ କେନ୍ଦ୍ରକୁ ଟ୍ରାଫିକ୍ ଜାମ ଓ ନାନା ଅସୁବିଧାରୁ ମୁକ୍ତି କରିବା। ୬ ଲେନ୍ ବିଶିଷ୍ଟ ଏହି କରିଡର ପ୍ରଗତୀ ମୈଦାନ ଦେଇ ପୁରୁଣା କିଲା ରୋଡ ଓ ରିଙ୍ଗ ରୋଡକୁ ଇଣ୍ଡିଆ ଗେଟ୍ ସହ ଯୋଡ଼ୁଛି। ଏହି ରୋଡ୍ ଦେଇ ପ୍ରଗତୀ ମୈଦାନ ପାର୍କିଂ ବେସ୍ମେଣ୍ଟକୁ ବି ଯାଇ ହେବ।
Back to top button