ଜାତୀୟ

ମୁମ୍ବାଇର ବ୍ରାଣ୍ଡ୍ ଭାଲ୍ୟୁ ସବୁଠୁ ବେଶୀ, ଦ୍ୱିତୀୟ ସ୍ଥାନରେ ସୁପର୍ କିଙ୍ଗସ

ନୂଆଦିଲ୍ଲୀ:  ୨୦୦୮ରୁ ୨୦୨୨ ପର୍ଯ୍ୟନ୍ତ ଗତ ୧୫ଟି ସଂସ୍କରଣରେ ଦଳ ଗୁଡ଼ିକର ବ୍ରାଣ୍ଡ୍‌ ଭେଲ୍ୟୁ ଆକାଶ ଛୁଆଁ ହୋଇଛି । ୨୦୨୨ ସଂସ୍କରଣରେ ଦୁଇଟି ନୂଆ ଦଳ ଲକ୍ଷ୍ନୌ ସୁପରଜାଏଣ୍ଟସ ଏବଂ ଗୁଜରାଟ ଟାଇଟନ୍ସ ପଦାର୍ପଣ କରିଥିଲେ । ଉଭୟ ଦଳ ପଦାର୍ପଣରେ ଉନ୍ନତ ପ୍ରଦର୍ଶନ ସହ ପ୍ଲେ ଅଫ୍‌ରେ ପ୍ରବେଶ କରିଥିଲେ । ଶେଷରେ ଗୁଜରାଟ ଚାମ୍ପିଅନ ହେବାର ଗୌରବ ଲାଭ କରିଥିଲା ।

ଆଇପିଏଲରେ ମୋଟ୍‌ ୧୦ଟି ଦଳ ଖେଳୁଛନ୍ତି । ଲୋକପ୍ରିୟତା ଅନୁସାରେ ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପରକିଙ୍ଗ୍‌ସ ପୂର୍ବଭଳି ଶୀର୍ଷରେ ରହିଛନ୍ତି । ଯେଉଁ ଦଳର ଲୋକପ୍ରିୟତା ଯେତିକି ଅଧିକ, ତା’ର ବ୍ରାଣ୍ଡ୍‌ ଭେଲ୍ୟୁ ମଧ୍ୟ ସେତିକି ବେଶି । ମୁମ୍ବାଇର ବ୍ରାଣ୍ଡ୍‌ ଭେଲ୍ୟୁ ଏବେ ରହିଛି ୯,୯୬୨ କୋଟି । ଦ୍ୱିତୀୟ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗ୍‌ସ (୮,୮୧୧ କୋଟି) ।

ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ଏକ ହଜାର କୋଟିର ବ୍ୟବଧାନ ରହିଛି । କୋଲକାତା ନାଇଟ୍‌ ରାଇଡର୍ସ ତୃତୀୟ ସ୍ଥାନରେ ରହିଛି । ଦଳର ମୋଟ୍‌ ଭେଲ୍ୟୁ ୮,୪୨୮ କୋଟିରେ ପହଞ୍ଚିଛି । ନୂଆ ଦଳ ଭାବେ ଲକ୍ଷ୍ନୌର ଭେଲ୍ୟୁ ୮,୨୩୬ କୋଟି । ଚେନ୍ନାଇ, କୋଲକାତା ଏବଂ ଲକ୍ଷ୍ନୌ ମଧ୍ୟରେ ବିଶେଷ ତାରତମ୍ୟ ନାହିଁ ।

ଦିଲ୍ଲୀ କ୍ୟାପିଟାଲ୍ସ ପଞ୍ଚମ ସ୍ଥାନରେ (୭,୯୩୦ କୋଟି) ରହିଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (୭,୮୫୩ କୋଟି), ରାଜସ୍ଥାନ ରୟାଲ୍ସ (୭,୬୬୨ କୋଟି), ସନ୍‌ରାଇଜର୍ସ ହାଇଦ୍ରାବାଦ (୭,୪୩୨ କୋଟି), ପଞ୍ଜାବ କିଙ୍ଗ୍‌ସ (୭,୦୮୭ କୋଟି) ଏବଂ ଗୁଜରାଟ ଟାଇଟନ୍ସ (୬,୫୧୨ କୋଟି) ଯଥାକ୍ରମେ ଷଷ୍ଠରୁ ଦଶମ ସ୍ଥାନରେ ରହିଛନ୍ତି । ସମସ୍ତ ଦଳର ମୋଟ୍‌ ଭେଲ୍ୟୁ ୭୬ ହଜାର କୋଟିରୁ ଅଧିକ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com