ଓଡ଼ିଶା

କୋଭିଡ଼ ଭ୍ୟାକ୍ସିନେଟରଙ୍କୁ ମିଳିନାହିଁ ୬ ମାସ ହେବ ଦରମା, ସିଡିଏମଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ କର୍ମଚାରୀ

ଭଦ୍ରକ: ଭଦ୍ରକ ଜିଲ୍ଲାରେ କୋଭିଡ ସମୟରେ ଲୋକମାନଙ୍କୁ ଭ୍ୟାକ୍ସିନ୍‌ ଦେଉଥିବା କର୍ମଚାରୀମାନେ ଦୀର୍ଘ ମାସ ହେବ ଦରମା ପାଇ ନଥିବା ନେଇ ଅଭିଯୋଗ ହୋଇଛି । ବକେୟା ଦରମା ଦାବିରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ଏହି କର୍ମଚାରୀ। ମେଡିକାଲରେ ଡାଟା ଏଣ୍ଟ୍ରି ଅପରେଟରମାନେ ବି ଦରମା ପାଇ ନଥିବା ଦାବି କରି ସାମିଲ ହୋଇଛନ୍ତି ।

ଅନ୍ୟପଟେ ଭେକ୍ସିନେଟର କର୍ମଚାରୀମାନେ କୋଭିଡ଼ ଭ୍ୟାକ୍ସିନ୍‌ ନେଇ ଗାଁ ଗାଁରେ ବୁଲି ଭ୍ୟାକ୍ସିନ୍‌ ଦେଇଥିଲେ ମଧ୍ୟ ଠିକ ଟାଇମରେ ଦରମା ପାଇନାହାନ୍ତି । ବାରମ୍ବାର ବିଭାଗୀୟ ଅଧିକାରୀ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏମିତି କିଛି ଅଭିଯୋଗ ଆଣି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି । ତୁରନ୍ତ ବକେୟା ଦରମା ପ୍ରଦାନ ଦାବିରେ ଜିଲ୍ଲାର ବିଭିନ୍ନ ବ୍ଲକର ପ୍ରାୟ ୪ ଶହ କର୍ମଚାରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରିଥିଳେ । ସେମାନଙ୍କୁ ତୁରନ୍ତ ଦରମା ପ୍ରଦାନ କରାଯିବା ନେଇ ପ୍ରତିଶୃତି ପାଇବା ପରେ ଆନ୍ଦୋଳନରୁ ଓହରିଥିଲେ ବିକ୍ଷୋଭକାରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com