କ୍ରୀଡ଼ା

ମିଷ୍ଟର ଆଇପିଏଲଙ୍କୁ ଏମିତି ବିଦାୟ ଦେଲା ଚେନ୍ନାଇ, ଧୋନୀଙ୍କ ବନ୍ଧୁ ରାଇନା ଏବେ ଅଲୋଡା…

ନୂଆଦିଲ୍ଲୀ ()  ବେଙ୍ଗାଲୁରୁରେ ଚାଲିଥିବା ଆଇପିଏଲର ମେଗା ନିଲାମ ଶେଷ ହୋଇଛି । ସମସ୍ତ ୧୦ ଟିମ୍ ନିଜ ପସନ୍ଦର ଖେଳାଳିଙ୍କୁ ଚୟନ କରିଛନ୍ତି । ଏହି ସିଜିନରେ ଇଶାନ କିଷାନ ଓ ସୁରେଶ ରାଇନା ସମସ୍ତଙ୍କୁ ଚକିତ କରିଛନ୍ତି । ରାଇନାଙ୍କୁ ମିଷ୍ଟର ଆଇପିଏଲ ମଧ୍ୟ କୁହାଯାଏ ।
ଇଶାନ ଚଳିତ ସିଜିନରେ ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧୫.୨୫ କୋଟି ଟଙ୍କାରେ କିଣିଛି । ସୁରେଶ ରାଇନାଙ୍କୁ କେହି କିଣି ନାହାଁନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତାଙ୍କର ବେସ୍ ପ୍ରାଇସ୍ ଦୁଇ କୋଟି ଥିଲେ ବି ତାଙ୍କୁ କେହି କିଣିନଥିଲେ ।
ରାଇନା ଏବେସୁଦ୍ଧା ଆଇପିଏଲରେ କେବଳ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଖେଳିଛନ୍ତି । ଚଳିତ ଥର ସିଏସକେ ରାଇନାଙ୍କୁ ରିଲିଜ୍ କରିଥିଲା । ଧୋନୀ ଓ ରାଇନା ଭଲ ବନ୍ଧୁ ଅଟନ୍ତି । ସିଏସକେ ରାଇନାଙ୍କୁ କିଣିବ ବୋଲି ସମସ୍ତେ ଭାବୁଥିଲେ । କିନ୍ତୁ ଏପରି ହୋଇନଥିଲା । ଅନ୍ୟ କେଉଁ ଟିମ୍ ରାଇନାଙ୍କୁ କିଣିବା ପାଇଁ ଆଗ୍ରହ ଦେଖାଇନଥିଲେ ।
ସୁରେଶ ରାଇନା ହେଉଛନ୍ତି ଆଇପିଏଲରେ ସର୍ବାଧିକ ରନ୍ କରିଥିବା ଚତୁର୍ଥ ଖେଳାଳି । ସେ ୨୦୫ଟି ଆଇପିଏଲ ମ୍ୟାଚ୍ ଖେଳିଛନ୍ତି । ଏହାସହ ସେ ୩୨.୫୧ ଆଭରେଜରେ ୫୫୨୮ ରନ୍ କରିଛନ୍ତି । ଟୁର୍ଣ୍ଣାମେଣ୍ଟରେ ରାଇନାଙ୍କ ଷ୍ଟ୍ରାଇକ୍ ରେଟ୍ ୧୩୬.୭୬ । ସେ ଆଇପିଏଲରେ ଗୋଟିଏ ଶତକ ଓ ୩୯ ଅର୍ଦ୍ଧଶତକ ଲଗାଇଛନ୍ତି । ତାଙ୍କର ସର୍ବାଧିକ ରନ୍ ରହିଛି ୧୦୦ ରନ୍ । ଏହାସହ ସେ ୨୦୩ ଛକା ସହ୫୦୬ ଚଉକା ଲଗାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com