ଓଡ଼ିଶା

ଦ୍ରୌପଦୀ ମୁର୍ମୁ କ୍ଷମତାସୀନ ଏନଡିଏ ର ରାଷ୍ଟ୍ରପତି ପ୍ରାର୍ଥୀ , ରାଇରଙ୍ଗପୁରରୁ ରାଇସିନା ଖୋଲିଲା ବାଟ

ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ବିଜେପିର ବରିଷ୍ଟ ଆଦିବାସୀ ନେତ୍ରୀ ଦୌପଦୀ ମୁର୍ମୂଙ୍କୁ ଏନ୍‌.ଡି.ଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛି । ଭୋଟ୍ ଭ୍ୟାଲୁକୁ ବିଚାରକୁ ନେଲେ କ୍ଷମତାସୀନ ଏନଡିରେ ପ୍ରାର୍ଥୀ ଦୌପଦୀ ରାଷ୍ଟ୍ରପତି ହେବା ଏକ ରକମ ସୁନିଶ୍ଚିନ୍ତ । ଦ୍ରୌପଦିଙ୍କ ପ୍ରାର୍ଥିତ୍ୱ ଘୋଷଣା ପରେ ମୟୂରଭଞ୍ଜ ଠୁ ଆରମ୍ଭ କରି ସାରା ଓଡିଶାରେ ଖୁସି ଓ ଆନନ୍ଦ ଖେଳିଯାଇଛି । ଓଡିଶା ପାଇଁ ଏହା ଏକ ଐତିହାସିକ ଦିନ ବୋଲି ରାଜନୈତିକ ପଣ୍ଡିତମାନେ ବିଚାର କରୁଛନ୍ତି । ଦ୍ରୌପଦୀ ରାଷ୍ଟ୍ରପତି ହେବା ନେଇ ରାଜନୈତିକ ଇତିହାସରେ ଅନେକ ନୂଆ ଅଧ୍ୟାୟ ମଧ୍ୟ ଯୋଡି ହେବାକୁ  ଯାଉଛି । ସେ କେବଳ ପ୍ରଥମ ଆଦିବାସୀ ମହିଳା ନୁହଁନ୍ତି ରାଷ୍ଟ୍ରପତି ହେବାରେ ପ୍ରଥମ ଓଡିଆ ମଧ୍ୟ ହେବେ । ଏଥି ପୂର୍ବରୁ ଭି ଭି ଗିରି ରାଷ୍ଟ୍ରପତି ହୋଇଥିଲେ ବି ସେ ତେଲୁଗୁ ଥିଲେ । ମାତ୍ର ତାଙ୍କର ବାଲ୍ୟକାଳ ବ୍ରହ୍ମପୁରରେ ହୋଇଥିଲା । ସ୍ୱାଧିନୋତ୍ତର ଭାରତରେ କେହି ଓଡିଆ ରାଜନୀତିର ଶୀର୍ଷରେ ପହଁଚିବାରେ ସେ ପ୍ରଥମ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସବଡିଭିଜନର କୁଳୁଙ୍ଗୁ ବ୍ଲକରେ ଦ୍ରୌପଦୀ ୧୯୫୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ୧୯୯୭ ମସିହାରେ କାଉନସିଲରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଦ୍ରୌପଦୀ ଙ୍କ ପାଇଁ ଏବେ ରାଇସିନା ହିଲ୍ସ୍ ବା ରାଷ୍ଟ୍ରପତି ଭବନକୁ ସିଧା ବାଟ ଖୋଲିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com