ଓଡ଼ିଶା

ଓଡ଼ିଶା ମୃଣ୍ମୟ ଶିଳ୍ପୀସଂଘ ପକ୍ଷରୁ ନିଆରା ଶ୍ରଦ୍ଧାଞ୍ଜଳି, ଶିଳ୍ପୀକୁମ୍ଭାରସାହିରେ ନିର୍ମାଣ ଚାଲିଛି ମିହିରଙ୍କ ବିଶାଳ ପ୍ରତିମୂର୍ତ୍ତି

କଟକ: ବରିଷ୍ଠ ଅଭି‌ନେତା ମିହିର ଦାସଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ଓଡ଼ିଶା ମୃଣ୍ମୟ ଶିଳ୍ପୀ ସଂଘର କାରିଗରମାନେ। ଶିଳ୍ପୀକୁମ୍ଭାରସାହିରେ ନିର୍ମାଣ ଚାଲିଛି ମିହିରଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି। ଆସନ୍ତା ୧୧ ତାରିଖରେ ମିହିରଙ୍କ ଜନ୍ମଦିନରେ ଶିଳ୍ପୀକୂଳ ସମେତ ସହରର ରାଜନେତା, ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା, ଜନସାଧାରଣ ଓ ଚଳଚ୍ଚିତ୍ର ଅଭିନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ୧୨ତାରିଖ ପର୍ଯ୍ୟନ୍ତ ଶିଳ୍ପୀକୁମ୍ଭାରସାହି ଶ୍ରୀଲକ୍ଷ୍ମୀ ନାରାୟଣ ମନ୍ଦିର ସମ୍ମୁଖରେ ଲୋକଙ୍କ ଦେଖିବା ପାଇଁ ପ୍ରତିମୂର୍ତ୍ତିଟି ଶୋଭାପାଇବ। ଏହି ମୂର୍ତ୍ତି ନିର୍ମାଣ ଏବେ ୫୦ ପ୍ରତିଶତ ସରିଥିବା ବ‌େଳେ ଅବଶିଷ୍ଟ କାର୍ଯ୍ୟ ଦୁଇ ଦିନରେ ସଂପୂର୍ଣ୍ଣ କରିବାକୁ ସଂଘର ୩୦ରୁ ଅଧିକ ଭାସ୍କର୍ଯ୍ୟ ଶିଳ୍ପୀ ଦିନରାତି ଏକ କରି କାମ କରୁଛନ୍ତି। ମୂର୍ତ୍ତି କାରିଗରଙ୍କ ଜୀବନକୁ ଆଧାର କରି ମିହିର ଚଳଚ୍ଚିତ୍ର କରିଥିବାରୁ ସଂଘ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏଭଳି ନିଆରା ଉଦ୍ୟମ ଚାଲିଛି।

Related Articles

Back to top button
WP Twitter Auto Publish Powered By : XYZScripts.com