ଓଡ଼ିଶା

୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟର ୧୪୭ ବିଧାୟକ ଓ ୨୧ ସାଂସଦ ବିଜେଡିରୁ ଜିତିବେ : ପ୍ରମିଳା ମଲ୍ଲିକ

ଭୁବନେଶ୍ୱର, ୩୦/୦୭/୨୦୨୨– ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ରାଜ୍ୟର ୧୪୭ ବିଧାୟକ ଓ ୨୧ ସାଂସଦ ପଦ ହାତେଇବ। ବିରୋଧୀ ଶୂନ୍ୟ ହେବ ଓଡ଼ିଶା । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ସର୍ଭେକୁ ନେଇ ଏମିତି କିଛି ପ୍ରତିକ୍ରିୟା ରଖିଛନ୍ତି  ବିଜେଡି ନେତ୍ରୀ ତଥା ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ସେ କହିଛନ୍ତି- ବିଜେଡି ସଙ୍ଗଠନ ତୃଣମୂଳ ସ୍ତରରେ ଅଧିକ ସୁଦୃଢ ହୋଇଛି। ବିଜେପି ପଞ୍ଚାୟତ ଓ ପୌର ନିର୍ବାଚନରେ ସଫା ହୋଇଗଲେ । ଆଗକୁ ସାଧାରଣ ନିର୍ବାଚନରେ ବି ସଫା ହୋଇଯିବେ । ବିଜେପି ଯେଉଁ ସ୍ୱପ୍ନ ଦେଖୁଛି  ସେ ସ୍ୱପ୍ନ ପୂରଣ ହେବନି । ଓଡ଼ିଆ ଝିଅକୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବାରୁ ଦ୍ରୌପଦୀଙ୍କୁ ବିଜେଡି ସମର୍ଥନ ଦେଲା। ଏହାକୁ ନେଇ ବିଜେପି ଶକ୍ତି ବୃଦ୍ଧି ପାଇବ ବୋଲି ଭାବିବା ଭୁଲ୍ । କଂଗ୍ରେସ ଦଳ ଲଢ଼ିବା ଅବସ୍ଥାରେ ନାହାନ୍ତି । ରାଜ୍ୟରେ କଂଗ୍ରେସ ବିଜେପି ଏକ ହୋଇ ଯାଇଛନ୍ତି । ବିଜେଡି ଯେତିକି ଭୋଟ୍ ପାଇଥିଲା ତାହା ବଢ଼ିଛି, କିନ୍ତୁ କଂଗ୍ରେସ ଭୋଟ୍ ବିଜେପିକୁ ଯାଇଛି । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ମାନେ ଘନ ଘନ ଓଡ଼ିଶାଗସ୍ତ କରୁଛନ୍ତି, ଏହାର ପ୍ରଭାବ ରାଜ୍ୟ ରାଜନୀତି ଉପରେ ପଡ଼ିବ କି ବୋଲି ପ୍ରଶ୍ନରେ ଉତ୍ତର ଦେଇ ପ୍ରମିଳା କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଡେରା ପକାଇଲେ ଏହାର କିଛି ପ୍ରଭାବ ପଡ଼ିବନି। ସେମାନେ ଆସି ଲୋକଙ୍କ ସମସ୍ୟା ସମାଧାନ କରୁନାହାନ୍ତି ବରଂ ଅଧିକ ସମସ୍ୟା ସୃଷ୍ଟି କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com