ଓଡ଼ିଶା

ପରାଜିତ ପ୍ରାର୍ଥୀଙ୍କୁ ଆକ୍ରମଣ, ଦୁର୍ବୃତ୍ତଙ୍କୁ ଧରି ଛେଚିଲେ ସମର୍ଥକ

ବଡ଼ବଲି : ସରିଲାଣି ନିର୍ବାଚନ । ତଥାପି ଥମୁନି ହିଂସା । କେନ୍ଦୁଝର ଜିଲ୍ଲା ଯୋଡ଼ାର ପରାଜିତ ପୌରଧ୍ୟକ୍ଷ ପ୍ରାର୍ଥୀ ରବିନ୍ଦ୍ର କୁମାର ଦାସଙ୍କ ଘରେ ଗଣ୍ଡଗୋଳ ହୋଇଛି । ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।
ଖବର ଅନୁଯାୟୀ, ରବିବାର ରାତି ପ୍ରାୟ ୧୦ ଟା ସମୟରେ ୩ଜଣ ଯୁବକ ଏକ ନାନୋ ଗାଡିରେ ରବିନ୍ଦ୍ରଙ୍କ ଘରକୁ ଆସିଥିଲେ । ପ୍ରଥମେ ତାଙ୍କୁ ୧୩ ହଜାର ଟଙ୍କା ମାଗିଥିଲେ । ଆମେ ଆପଣଙ୍କ ନିର୍ବାଚନ ଲାଗି ପ୍ରଚାର କରିଥିଲୁ । ଗାଡି ଓ ମାଇକ ବାବଦକୁ ଏହି ୧୩ ହଜାର ଟଙ୍କା ବକେୟା ଦେବାକୁ କହିଥିଲେ । ସେମାନଙ୍କ ସହ ମାଇକ ଓ ଗାଡି ନେଇ କୌଣସି ଆଲୋଚନା ହୋଇନଥିବା କହିଥିଲେ ରବିନ୍ଦ୍ରଙ୍କ ପୁଅ । ଏହାପରେ ଆରମ୍ଭ ହୋଇଥିଲା ଗଣ୍ଡଗୋଳ । ଏପରି ଗଣ୍ଡଗୋଳ କରୁଥିବା ଦେଖି୩ ଯୁବକଙ୍କ ଟାଣି ପିଟିଥିଲେ ରବିନ୍ଦ୍ରଙ୍କ ସମର୍ଥକ ।

 

ତେବେ ଘଟଣାସ୍ଥଳରୁ ଜଣେ ଫେରାର ହୋଇଯାଇଥିବା ବେଳେ ଅନ୍ୟ ୨ଜଣଙ୍କ ଧରି ପୋଲିସ ଜିମା ଦେଇଛନ୍ତି ଗାଁଲୋକ । ଯୁବକମାନେ ବ୍ୟବହାର କରୁଥିବା ନାନୋ ଗାଡି ସହ କଟୁରୀ ଓ ଠେଙ୍ଗାକୁ ଜବତ କରିଛି ଯୋଡ଼ା ପୋଲିସ । ପରିସ୍ଥିତିକୁ ଦେଖି ରବିନ୍ଦ୍ରଙ୍କ ଘର ନିକଟରେ ପୋଲିସ ମୁତୟନ କରାଯାଇଛି । ରବିନ୍ଦ୍ର  ପୂର୍ବରୁ ଯୋଡ଼ା ମ୍ୟୁନିସିପାଲିଟିରେ ଚେୟାରମ୍ୟାନ୍‌ ରହିସାରିଛନ୍ତି । ଚଳିତ ବର୍ଷ ବିଜେଡିରୁ ଟିକେଟ ନପାଇବାରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢିଥିଲେ । ସେଥିପାଇଁ ଦଳ ତଙ୍କା ନିଲମ୍ବିତ କରିଛି । ନିର୍ବାଚନରେ ବିଜେଡିକୁ କଡ଼ା ଟକ୍କର ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com