ଓଡ଼ିଶା

ପୁରୀରେ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: କରୋନା ଟିକାକରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି, ପୁରୀରେ ଯୁଦ୍ଧକାଳୀନ ଭିତ୍ତିରେ ହେବ ଟିକାକରଣ । ଆଗାମୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି । ଆଗକୁ ରଥଯାତ୍ରା ଆସୁଛି । ପୁରୀରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି । ତେଣୁ ପୁରୀରେ ଅଧିକ ଟିକାକରଣ କରିବାକୁ ପୁରୀ ପ୍ରଶାସନକୁ ଅବଗତ କରାଯାଇଛି । ଯେଉଁମାନେ ଦ୍ବିତୀୟ ଡୋଜ୍ ବା ପ୍ରିକସନ୍ ଡୋଜ୍ ନେଇନାହାନ୍ତି ସେମାନଙ୍କୁ ଏକ ସ୍ବତନ୍ତ୍ର କ୍ୟାମ୍ପ୍ କରି ଟିକା ନେବା ପାଇଁ ଅଗବତ କରାଇଛି ସ୍ବାସ୍ଥ୍ୟ ବିଭାଗ। ଏହାସହ ପରିମଳ ଓ ସମସ୍ତ ଆନୁସଙ୍ଗୀକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ୍ ସଂକ୍ରମଣ ରହିଛି ଆଗକୁ ମଧ୍ୟ ରହିଥିବ । ରାଜ୍ୟରେ ଯେତିକି ଆକ୍ଟିଭ କେସ୍ ରହିଛି ସେଥିରୁ ବହୁତ କମ୍ ସଂଖ୍ୟାରେ ଆକ୍ରାନ୍ତ ହସ୍ପିଟାଲ ଯାଉଛନ୍ତି । ଯେହେତୁ ରାଜ୍ୟରେ ଭଲ ଭାବରେ ଟିକାକରଣ ହୋଇଛି ତେବେ ରୋଗର ଭୟ କମ୍ ରହିଛି। ଅନ୍ୟପଟେ ଘର ଘର ବୁଲି ସ୍ବାସ୍ଥ୍ୟକର୍ମୀ ଏବଂ ଆଶା କର୍ମୀମାନେ ରୋଗ ଚିହ୍ନଟ କରୁଛନ୍ତି । ଏହି ସମୟରେ ବିଶେଷ କରି କୋଭିଡ, ଡାଇରିଆ, ଡେଙ୍ଗୁ, ଟିବି ଏବଂ ମ୍ୟାଲେରିଆ ବଢିବାର ଆଶଙ୍କା ରହିଛି । ତେଣୁ ଘର ଘର ବୁଲି ସ୍ବାସ୍ଥ୍ୟ କର୍ମୀମାନେ ଲୋକଙ୍କୁ ଚିହ୍ନଟ କରି କିଭଳି ଭାବେ ସେମାନଙ୍କୁ ପରୀକ୍ଷା କରାଯିବ ସେନେଇ ପ୍ରସ୍ତୁତି କରାଯାଉଛି ବୋଲି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com